ଜଣେ ଯୁବକ ସେନା କ୍ୟାପ୍ଟେନଙ୍କ ୟୁନିଫର୍ମ ପିନ୍ଧି ମିଛରେ ନିଜକୁ ଭାରତୀୟ ସେନାର ଜଣେ ଅଧିକାରୀ ବୋଲି କହୁଥିଲେ l ହେଲେ ଏବେ ଯୁବକ ଜଣଙ୍କୁ ଗିରଫ କରିଛି ଆର୍ମି ଇଣ୍ଟେଲିଜେନ୍ସ। କେବଳ ସେ ନିଜକୁ ଭାରତୀୟ ସେନାର ଜଣେ କର୍ମଚାରୀ ବୋଲି କହୁଥିଲେ ତାହା ନୁହେଁ ବରଂ ସେନାରେ ଭର୍ତ୍ତି କରିଦେବାର ପ୍ରତିଶୃତି ଦେଇ ଯୁବକ, ଯୁବତୀଙ୍କୁ ଠକୁଥିଲେ ମଧ୍ୟ । ଏନେଇ ମାମଲା ରୁଜୁ ହେବା ପରେ ତାଙ୍କୁ ଯୋଧପୁର ରାଇକାବାଗ୍ ରେଲୱେ ଷ୍ଟେସନରୁ ଗିରଫ କରିଛି ଆର୍ମି ଇଣ୍ଟେଲିଜେନ୍ସ । ପୁଲିସର ସୂଚନା ମୁତାବକ. ସେନା ୟୁନିଫର୍ମ ପିନ୍ଧି ଏକ୍ସପ୍ରେସରେ ସନ୍ଦିଗ୍ଧ ଯୁବକ ଯାତ୍ରା କରୁଥିବାବେଳେ ଆର୍ମି ଇଣ୍ଟେଲିଜେନ୍ସକୁ ଏହାର ସୂଚନା ମିଳିଥିଲା । ଟ୍ରେନ୍ ରାଇକାବାଗ୍ ଷ୍ଟେସନରେ ପହଞ୍ଚିବା ମାତ୍ରେ ତାକୁ ଗିରଫ କରାଯାଇଥିଲା । ଜେରା ସମୟରେ ସେ ଖେତ୍ରି ବାସିନ୍ଦା ରବି କୁମାର ବୋଲି ଜଣାପଡିଛି । ଯୁବକକୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବାର ସୂଚନା ରହିଛି । ଏବେ ଏନେଇ ତଦନ୍ତ ଜାରି ରହିଛି l
ଗିରଫ ହେଲେ ନକଲି ସେନା କ୍ୟାପ୍ଟେନ
