Site icon UTKAL PRATIDIN

ଗାଁ ଅପେକ୍ଷା ସହରରେ ବଢୁଛି ବେକାରୀ ସମସ୍ୟା

photo1691046115


 
ନୂଆଦିଲ୍ଲୀ: ଗାଁ ରେ ଚାଲିଛି ଚାଷ କାମ l କ୍ଷେତ‌ରେ ମୁଲ ଲାଗୁଥିବା ଶ୍ରମିକମାନଙ୍କ ଚାହିଦା ବହୁତ ବଢ଼ିବାରେ ଲାଗିଛି, ଯାହାଫଳରେ ଜୁଲାଇରେ ବେକାରି ହାର ହ୍ରାସ ପାଇଛି। ଗତ ଜୁନ୍‌ ମାସରେ ବେକାରି ହାର ୮.୪୫ ପ୍ରତିଶତ ଥିବା ବେଳେ ଜୁଲାଇରେ ତାହା ୭.୯୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ରିପୋର୍ଟରୁ ଜଣାପଡ଼ିଛି।
ଜୁଲାଇରେ ଗ୍ରାମୀଣ ବେକାରି ହାର ଜୁନ୍‌ରେ ୮.୭୩ ପ୍ରତିଶତ ଥିଲା ଯାହା ଜୁଲାଇରେ ୭.୮୯ ପ୍ରତିଶତକୁ ହ୍ରାସ ପାଇଛି। ସହରାଞ୍ଚଳରେ କିନ୍ତୁ ଜୁଲାଇ ମାସରେ ବେକାରି ହାର ୮.୦୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଜୁନ୍‌ରେ ୭.୮୭ ପ୍ରତିଶତ ଥିଲା ବୋଲି ଜଣା ପଡିଛି ।
ସାଧାରଣତଃ ପ୍ରତିବର୍ଷ ଜୁଲାଇ ମାସରେ ଚାଷ କାମ ଅଧିକ ହେଉଥିବା ହେତୁ ଗ୍ରାମାଞ୍ଚଳରେ ବେକାରି ହାର ଏହି ମାସରେ ହ୍ରାସ ପାଇଥାଏ। ପରେ ଅଗଷ୍ଟ ମାସଠୁ ଫୁଣି ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗେ l ସିଏମ୍‌ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ ସୂଚନା ଦେଇଛନ୍ତି ଯେ ବର୍ଷା ବଢ଼ିବା ପରେ ଚାଷ କାମ ତ୍ବରାନ୍ବିତ ହୋଇଛି। କ୍ଷେତରେ ଅଧିକ ଲୋକ କାମ କରିବା କାରଣରୁ ଗ୍ରାମାଞ୍ଚଳରେ ଜୀବିକା ଖୋଜୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଛି।

Exit mobile version