Site icon UTKAL PRATIDIN

ଖୋଲିଲା କେଦାରନାଥ ପୀଠ ; ବନ୍ଦ ଅଛି ରେଜିଷ୍ଟ୍ରସନ

5

କେଦାରନାଥଙ୍କ ଦର୍ଶନ କରିବାକୁ ପ୍ରତି ବର୍ଷ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ପ୍ରସିଦ୍ଧ କେଦାରନାଥ ପୀଠ ଖୋଲିଛି । ମଙ୍ଗଳବାର ସକାଳ ୫ଟାରୁ ବାବା କେଦାରନାଥଙ୍କ ପୀଠ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏହାପରେ ୬ଟା ୨୦ ମିନିଟରେ ମନ୍ତ୍ର ପାଠ ତଥା ଶ୍ଲୋକ ଉଚ୍ଚାରଣ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲାଯାଇଛି କେଦାରନାଥ ପୀଠ। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ।

ତେବେ ବର୍ତ୍ତମାନ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ହେଉଛି, ଏହି କାରଣରୁ ଅନେକ ସମସ୍ୟା ବି ଦେଖା ଦେଉଛି। ତେଣୁ ଏବେ ଭକ୍ତଙ୍କ ନିମନ୍ତେ କେଦାରନାଥ ଦର୍ଶନ ରେଜିଷ୍ଟ୍ରେସନକୁ ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି। ଆଗାମୀ କିଛି ସପ୍ତାହ ପାଇଁ କେଦାରନାଥର ପାଣିପାଗ ଖରାପ ରହିବ । ରାସ୍ତାରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସତ୍ତ୍ବେ ବି ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ କେଦାରନାଥ ପୀଠରେ ପହଞ୍ଚିଛନ୍ତି।

ଏଥିସହିତ ଶ୍ରଦ୍ଧାଳୁଙ୍କ ପାଇଁ ମେଡିକାଲ ରିଲିଫ ପୋଷ୍ଟ ତିଆରି କରାଯାଇଛି। କେବଳ ଏତିକି ନୁହେଁ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ସେଥିପାଇଁ କେ‌ଦାରନାଥ ଯାତ୍ରା ପଥରେ ୧୩୦ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ଅମ୍ଳଜାନ ସିଲିଣ୍ଡର ସହିତ ଔଷଧ ବି ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦୋବସ୍ତ କରାଯାଇଛି।

Exit mobile version