
କଟକ: ୪୫ ବର୍ଷ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଅନେକ ତର୍କ ବିତର୍କ ପରେ ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ। ତେବେ ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆବେଦନକାରୀଙ୍କୁ ମଧ୍ୟ ପ୍ରତି ଜବାବ ଦେବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୧ରେ ଏନେଇ ହେବ ପରବର୍ତ୍ତୀ ଶୁଣାଣି । ଅନ୍ୟପଟେ ଦୀର୍ଘ ଦିନ ହେବ ଏଏସଆଇର ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପର ମରାମତି କାମ ଚାଲୁ ରହିଥିଲା । ଏହି ଜଗମୋହନ ମରାମତି କାମ ଓ ନାଟ୍ୟମଣ୍ଡପ ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରିଛି ଏଏସଆଇ ।

ଅପର ପକ୍ଷରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦସ ମହାପାତ୍ର କହିଛନ୍ତି କି ରତ୍ନ ଭଣ୍ଡାର ଖୋଲାଯିବ କି ନାହିଁ ତାହା କୋର୍ଟର ନିଷ୍ପତି ଉପରେ ନୁହେଁ ବରଂ ମହାପ୍ରଭୁଙ୍କ ଇଚ୍ଛା ଉପରେ ନିର୍ଭର କରେ । ତାଙ୍କ କହିବା ଅନୁଯାୟୀ ରତ୍ନ ଭଣ୍ଡାରକୁ ବାବା ଲୋକନାଥ ଜଗି ରହିଛନ୍ତି ଓ ତାହା ଖୋଲିବା ଏତେ ସହଜ ନୁହେଁ। ପୂର୍ବରୁ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରାୟାସ କରାଯାଇଥିଲା। କିନ୍ତୁ ତାହା ସଫଳ ହୋଇ ପାରିନଥିଲା। ତେଣୁ କେବଳ ମହାପ୍ରଭୁ ଚାହିଁଲେ ହିଁ ରତ୍ନଭଣ୍ଡାର ଖୋଲି ହେବା ବୋଲି ସେ ମତ ଦେଇଛନ୍ତି। ତେବେ ବର୍ତ୍ତମାନ ଅଗଷ୍ଟ ୧ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି କୁ ସମସ୍ତଙ୍କର ଅପେକ୍ଷା