ଆପଣମାନେ ବେଶ୍ ଭଲ ଭାବେ ଜାଣିଥିବେ ପ୍ରସିଦ୍ଧ ଟେଲି ଅଭିନେତ୍ରୀ ହିନା ଖାନଙ୍କୁ । ବର୍ତ୍ତମାନ ସମୟ ରେ ସେ ବ୍ରେଷ୍ଟ କ୍ୟାନସର ପରି ରୋଗରେ ପୀଡିତ ଥିବା ଅବସ୍ଥାରେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି । ନିଜ ପ୍ରଶଂସକ ମାନଙ୍କୁ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କ ରେ ନିୟମିତ ଭାବେ ଅପଡେଟ୍ ଦେବା ସହ ଏହି ସମୟ କୁ ସେ ଖୁବ୍ ସାହସିକତା ର ସହ ସାମ୍ନା କରୁଛନ୍ତି। ବର୍ତ୍ତମାନ ସେ ବ୍ରେଷ୍ଟ୍ କ୍ୟାନସର ର ତୃତୀୟ ଷ୍ଟେଜ ଦେଇ ଗତି କରୁଛନ୍ତି। କିଛି ଦିନ ପୂର୍ବରୁ ସେ ପ୍ରଥମ ପର୍ଯ୍ୟାୟ କେମୋ ସେକ୍ସସନ ସରିବା ପରେ ନିଜର ସୁଟିଂ ସେଟ୍ ର ଏକ ଭିଡିଓ କୁ ନେଇ ବହୁ ଚର୍ଚ୍ଚା ରେ ଥିଲେ ଅଭିନେତ୍ରୀ ହୀନା ଖାନ୍। ସେହି ଭିଡିଓ ରେ ତାଙ୍କ ଦେହ ରେ କିଛି ଚିହ୍ନ ଦେଖା ଯାଇଥିଲା। ଯେଉଁଥିରୁ ଜଣା ପଡୁଛି ସେ ସୁସ୍ଥ ଅଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କର ପ୍ରଚେଷ୍ଟା ଏବଂ ଆମ ପ୍ରାର୍ଥନା ନିଶ୍ଚୟ ତାଙ୍କୁ ସୁସ୍ଥ କରିଦେବ। ଏହା ଆମର ଆଶା ଓ ବିଶ୍ୱାସ ।
କ୍ୟାନ୍ସର ହରେଇପାରେନି ହିନାଙ୍କ ମନବଳ
