
ସୀମାରେ ଲଗାତାର ଲାଗି ରହିଛି ଆତଙ୍କବାଦୀ ଆକ୍ରମଣ । ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ (BAT) ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣର କଡା ଜବାବ ଦେଇଥିଲେ ଭାରତୀୟ ସେନା ।ଭାରତୀୟ ସେନାର ପାଲଟା ଆକ୍ରମଣରେ ମୂଳପୋଛ ହୋଇଥିଲେ ଆତଙ୍କବାଦୀ । ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ଚାଲିଥିଲା, କିନ୍ତୁ ଆକ୍ରମଣ ସମୟରେ ୫ଜଣ ଯବାନ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ସଯିଦ ହୋଇଛନ୍ତି ।
କିଛି ଦିନ ହେବ କୁପୱାଡାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଔହୁରି କଡାକଡି କରାଯିବ ସହ ସର୍ଚ୍ଚ ଅପରେସନ ଜାରି ରଖିଛି ପୁଲିସ ।ଜମ୍ମୁରେ ହାଇ ଆଲର୍ଟ ଜାରି କରିବା ସହ ଆତଙ୍କବାଦୀ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଜାରି ରଖିଛି ପୁଲିସ ।ତେବେ ଆଜି ମଧ୍ୟ ସମସ୍ତ ଆର୍ମି ସ୍କୁଲ ଛୁଟି ଘୋଷଣା କରିଥିବା ସୂଚନା ମିଳିଛି ।