Site icon UTKAL PRATIDIN

କିଶୋର ଜେନାଙ୍କୁ ୨୫ ଲକ୍ଷ୍ୟ ଟଙ୍କା ପୁରସ୍କାର

WhatsApp Image 2023-08-28 at 17.14.20

ଭୁବନେଶ୍ବର: ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଜାଭଲିନ୍‌ ଥ୍ରୋୟର କିଶୋର ଜେନାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରସ୍କାର ସ୍ବରୂପ କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କିଶୋର ଜେନା ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ଚମ୍ପିୟାନସିପ୍‌ରେ ଭାଗ ନେଇଥିଲେ। ପ୍ରଥମ ପଦାର୍ପଣରେ ହିଁ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ l ଏହା ପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ତେବେ ରବିବାର ଅନୁଷ୍ଠିତ ଫାଇନାଲ ରାଉଣ୍ଡରେ ପଦକ ଜିତି ପାରି ନଥିଲେ ମଧ୍ୟ ନିରାଶ କରି ନଥିଲେ କିଶୋର। ୮୪.୭୭ ମିଟର ଜାଭଲିନ୍ ପିଙ୍ଗି ସେ ପଞ୍ଚମ ସ୍ଥାନରେ ରହିଥିଲେ । ଓଡିଶାକୁ ବିଶ୍ଵା ଦରବାରରେ ନେଇ ପହଞ୍ଚେଇଥିବାରୁ ସାରା ରାଜ୍ୟ ଏବେ ତାଙ୍କ ପାଇଁ ଗର୍ବିତ l ତେଣୁ ତାଙ୍କ ପ୍ରତିଭା ପାଇଁ ରାଜ୍ୟ ସରକାର ଏବେ ତାଙ୍କ ନିମନ୍ତେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି l

Exit mobile version