
ନୂଆଦିଲ୍ଲୀ: ଆୟକର ସ୍ଲାବରେ ବଡ ପରିବର୍ତ୍ତନ ଘୋଷଣା ଆଣିଛନ୍ତି ନିର୍ମଳା ସୀତାରମନ । ନୂଆ ଟିକସ ବ୍ୟବସ୍ଥା ଚୟନ କରିଥିବା ବ୍ୟକ୍ତିଙ୍କୁ ଅଶ୍ବସ୍ତ କରିଛି ନିର୍ମଳାଙ୍କ ଏହି ବଜେଟ ।
ଅର୍ଥମନ୍ତ୍ରୀ ଷ୍ଟାଣ୍ଡାର୍ଡ ଟାକ୍ସ ଡିଡକ୍ସନକୁ ୫୦ ହଜାରରୁ ବଢ଼ାଇ ୭୫ ହଜାର କରିଛନ୍ତି। ଏହି ବ୍ୟବସ୍ଥାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟାକ୍ସ ଲାଗିବ ନାହିଁ । ୩ରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟାକ୍ସ ଦେବାକୁ ପଡି଼ବ । ସେହିପରି ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଟାକ୍ସ ଲାଗିବ ।
୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ ୧୫ ପ୍ରତିଶତ ଏବଂ ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଇନକମ ଟାକ୍ସ ଲାଗିବ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟାକ୍ସ ଲାଗିବ ।ତେବେ ପୁରୁଣା ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ଏହି ବ୍ୟବସ୍ଥା ଅନୁସାରେ ୨.୫ରୁ ୫ ଲକ୍ଷ ଯାଏ ଆୟ ଉପରେ ୫ ପ୍ରତିଶତ ଟାକ୍ସ ଥିବାବେଳେ ୫ଲକ୍ଷରୁ ୧୦ ଲକ୍ଷ ଯାଏ ଆୟ ଉପରେ ୨୦% ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟ୍ୟାକ୍ସ ଦେବାକୁ ପଡିବ ।