Site icon UTKAL PRATIDIN

କାଉଡିଆ ଯାତ୍ରା କରୁଛନ୍ତି ! ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ

shivji-3

ଭଗବାନ ଶିବ ଙ୍କ ଉପାସନା ପାଇଁ ଶ୍ରାବଣ ମାସ ଖୁବ ଗିରୁତ୍ୱପୂର୍ଣ ଅଟେ l ଶ୍ରାବଣ ମାସରେ ଶିବ ଭକ୍ତ ମାନେ ତାଙ୍କର ବିଶେଷ ପୂଜାର୍ଚନା କରି ଥାଆନ୍ତି l ମହାଦେବ ଙ୍କ ଭକ୍ତ ମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାବଣ ମାସରେ ବ୍ରତ ରଖନ୍ତି ଓ କାଉଡିଆ ଯାତ୍ରା କରି ଥାଆନ୍ତି l କାଉଡିଆ ଯାତ୍ରା କୁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଗୋଟିଏ ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଇ ଥାଏ l

ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବା କାରଣରୁ ୨ ମାସ ପର୍ଯ୍ୟନ୍ତ ଶ୍ରାବଣ ମାସ ପାଳିତ ହେବ l ଜୁଲାଇ ମାସର ୧୦ ତାରିଖ ରେ ପ୍ରଥମ କାଉଡିଆ ଯାତ୍ରା ଆରମ୍ଭ ହେବ

କାଉଡିଆ ଯାତ୍ରାର ମାନ୍ୟତା କଣ ରହିଛି ? -:

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଙ୍କର ପରମ ଭକ୍ତ ପର୍ଶୁରାମ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ସର୍ବ ପ୍ରଥମେ ଶ୍ରାବଣ ମାସରେ କାଉଡିଆ ଯାତ୍ରା ର ଆରମ୍ଭ କରିଥିଲେ l କୁହାଯାଏ ଯେ ସେବେଠାରୁ କାଉଡିଆ ଯାତ୍ରାର ଆରମ୍ଭ ହୋଇଛି l

କାଉଡିଆ ଯାତ୍ରା କରୁଛନ୍ତି ! ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ -:

* ଶିବ ଭକ୍ତ ମାନେ ଯଦି କାଉଡିଆ ଯାତ୍ରା କରୁଛନ୍ତି ତେବେ ମନରେ କାହା ପ୍ରତି ଖରାପ ଚିନ୍ତା ଆଣିବା ଉଚିତ ନୁହେଁ l ନା କାହାରି ପ୍ରତି ଅପସବ୍ଦ ପ୍ରୟୋଗ କରିବା ଉଚିତ , ଏହାଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* କାଉଡିଆ ଯାତ୍ରା ସମୟରେ ନିଶା ଦ୍ରବ୍ୟ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* ଯେତେବେଳେ କାଉଡିଆ ଯାତ୍ରା କରୁଛନ୍ତି ସେତେବେଳେ ନିଜ ମନକୁ ପବିତ୍ର ରଖି ଶିବ ପଞ୍ଚକ୍ଷରୀ ଜପ କରନ୍ତୁ l ଏହାଦ୍ୱାରା କଷ୍ଟ ଲାଘବ ହୋଇଥାଏ l

* ଶ୍ରାବଣ ମାସ ସୋମବାର ରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ବିଭିନ୍ନ କଷ୍ଟ ଦୂର ହୋଇଥାଏ ଓ ଜୀବନ ରୁ ବିଭିନ୍ନ ବିପଦ ଦୂର ହୋଇଥାଏ l

* ପ୍ରତି ଶ୍ରାବଣ ମାସ ସୋମବାର ଦିନ ବ୍ରତ ଧାରି ମାନେ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ l

* ଶ୍ରାବଣ ମାସ ସୋମବାର ଦିନ ବିଶେଷ ଭାବେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଶିବ ଙ୍କ କୃପା ଲାଭ ହୋଇଥାଏ l

Exit mobile version