
ମାଣିକ ଛକ ନିକଟରେ ୨ ଗୋଟି ଓ ଗୋଲେଇ ଛକ ନିକଟରେ ଗୋଟିଏ ଦୋକାନରୁ ଚୋରି ପୋଲିସ ର ତଦନ୍ତ ଜାରୀ କରଞ୍ଜିଆ ସହରର ମାଣିକ ଛକ ନିକଟରେ ଗୋଟିଏ ବାଇକ୍ ସ୍ପେଆରପାର୍ଟ ଓ ଗ୍ରୋଷରୀ ଦୋକାନ ଏବଂ ଗୋଲେଇ ନିକଟରେ ଏକ ଷ୍ଟୁଡିଓ ରୁ ବିଳମ୍ବିତ ରାତି ଚୋରି ହେଇଥିବା ଦୋକାନୀଙ୍କ ନିକଟରୁ ସୂଚନା ମିଳିଛି। ବିଳମ୍ବିତ ରାତି ପ୍ରାୟ ୩ ଘଟିକା ସମୟରେ ଏହି ଚୋରି ହେଇଥିବା ନିକଟସ୍ଥ ଶିଶି ଟିଭି ଫୁଟେଜ ରୁ ଜଣାଯାଇଛି । ତେବେ ଆଜି ସକାଳେ ଦୋକାନୀ ମାନେ ନିଜ ନିଜ ଦୋକାନକୁ ଆସିବା ସମୟରେ ଚୋରି ହେଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଏନେଇ କରଞ୍ଜିଆ ପୋଲିସ କୁ ଅବଗତ କରିବା ପରେ ସକାଳ ପ୍ରାୟ ସାତ ଘଟିକା ସମୟରେ ପୋଲିସ ଘଟଣସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପରେ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ଼ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଜାରୀ ରଖିଥିଲା ପୋଲିସ ଚୋରି ହୋଇଥିବା ଦୋକାନ ନିକଟରେ ଥିବା ଦୋକାନ ଓ ଘରୁ ସିସି ଟିଭି ଫୁଟେଜ ସଂଗ୍ରହ କରିବା ସହିତ ଅଧିକ ତଦନ୍ତ ଜାରିରଖିଛି ସୂଚନା ଥାଉକି କିଛିଦିନ ମଧ୍ୟରେ ସହରର ପୃଥକ ପୃଥକ ସ୍ଥାନରୁ ୫ ରୁ ଉର୍ଦ୍ଧ୍ବ ଚୋରି ହୋଇ ସାରିଥିଲେ ମଧ୍ୟ ଏଯାବତ୍ ପୋଲିସ କାହାରିକୁ ଗିରଫ କରିପାରିନାହିଁ । ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ