
ସୁନା କିଣିବାକୁ ଇଚ୍ଛା କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ସୁନା ଦରରେ ପରିବର୍ତନ ଅନେକଙ୍କୁ ଖୁସି କରିଛି । ପ୍ରତିଦିନ ସୁନା ଓ ରୂପା ଦର ପରିବର୍ତନ କରି ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ତେବେ କିଛି ଦିନ ହେବ କ୍ରମାଗତ ଭାବେ ସୁନା ଦର ବଢ଼ିବାରେ ଲାଗିଥିଲା କିନ୍ତୁ ଏବେ ଦର ସାମାନ୍ୟ ହ୍ରାସ ହୋଇଛି ।
ନଜର ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୭୭,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୪,୪୮୦ ଟଙ୍କା ରହିଛି । ଗତକାଲି ଅର୍ଥାତ ରବିବାର ଅପେକ୍ଷା ସୋମବାର ଦର ସାମାନ୍ୟ ହ୍ରାସ ପାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ସୋମବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୭୭,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୪,୪୮୦ ଟଙ୍କା ରହିଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କମିଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ୍ ୭୭,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୪,୪୮୦ ଟଙ୍କା ରହିଛି । ଗତକାଲି ଅପେକ୍ଷା ଆଜି ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ସୁନା ଦର ସାମାନ୍ୟ କମିଛି । ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୭୭,୫୯୦ ଟଙ୍କା ଓ ୮୪,୬୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ସାମାନ୍ୟ କମିଛି ।
୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୭୭,୪୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୪,୪୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୭୭,୪୪୦ ଟଙ୍କା ଓ ୮୪,୪୮୦ ଟଙ୍କା ରହିଛି। ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୭୭,୪୪୦ ଟଙ୍କା ଓ ୮୪,୪୮୦ ଟଙ୍କା ରହିଛି। ରୂପା ମୂଲ୍ୟ କିଲୋ ପ୍ରତି ୯୬,୪୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୩ ହଜାର ୯୦୦ ଟଙ୍କା ରହିଛି ।
ତେବେ ଅନେକଙ୍କ କହିବା କଥା ସୁନା ଦର ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ବଜେଟ । ସମସ୍ତଙ୍କ ମନରେ ଆଶା ଥିଲା ବଜେଟ ପରେ ଦର ହ୍ରାସ ପାଇବ ବୋଲି । ଆଉ ଏବେ ସୁନା ଦର ସାମାନ୍ୟ ହ୍ରାସ ହେବ ଗ୍ରାହକଙ୍କ ମନକୁ ଅଶ୍ୱସ୍ଥ କରିଛି ।