Site icon UTKAL PRATIDIN

କଣ୍ଠଶିଳ୍ପୀ ସୌରିନ୍ ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

photo_6233236494693283767_x

କଟକ : ଆଜି ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଥାନାରେ ହାଜର ହୋଇଛନ୍ତି । ଗତ କିଛି ଦିନର ନିରବତା ପରେ ପୁଣି ଥରେ ସୌରିନ୍ ଥାନାରେ ପହଞ୍ଚିଛନ୍ତି । କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ରଖିଛନ୍ତି । ସୌରିନ୍‌ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା । ତେବେ ଅନ୍ୟ କିଛି ପ୍ରତିକ୍ରିୟା ସେ ରଖିନାହାନ୍ତି । ସୂଚନା ଅନୁସାରେ ଜୁନ୍‌ ୧୨ ତାରିଖରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଥିଲା । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଥିଲେ । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଥିଲା । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିଲେ । ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୋଲିସ ମହିଳା ଥାନା ପଠାଇଥିଲା । ଖାଲି ସେତିକି ନୁହେଁ, ଯୁବତୀଙ୍କ ଏତଲା ଆଧାରରେ ମାମଲା ମଧ୍ୟ ରୁଜୁ କରିଥିଲା ମହିଳା ଥାନା ପୋଲିସ । ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜ୍ଜୁ କରାଯାଇଥିଲା । ଏଥି ସହିତ ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ । ହେଲେ ଏସବୁ ବାଦ ସୌରିନ୍ ଏସବୁ ବିଷୟରେ କିଛି ଜାଣିନାହାନ୍ତି ଓ ତାଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ବୋଲି ସେ କହିଛନ୍ତି l ଗଣମାଧ୍ୟମ ଆଗରେ ଦୃଢତାର ସହ ସୌରିନ୍ କହିଛନ୍ତି କି ଖୁବ ଶୀଘ୍ର ପ୍ରମାଣିତ ହୋଇଯିବ କି ଏସବୁ କିଛ ମିଛ ବୋଲି l

Exit mobile version