Site icon UTKAL PRATIDIN

କଣ୍ଟାବାଞ୍ଜିରେ ୧୨ଘଣ୍ଟିଆ ବନ୍ଦ ଡାକରା

photo_6278511566026553660_x

ଜିଲ୍ଲା ମାନ୍ୟତା ଦାବି ନେଇ କଣ୍ଟାବାଞ୍ଜିରେ ୧୨ଘଣ୍ଟିଆ ବନ୍ଦ ଡାକରା କଣ୍ଟାବାଞ୍ଜିକୁ ଜିଲ୍ଲାର ମାନ୍ୟତା ଦେବାକୁ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ଦୋକାନ ଗୁଡିକୁ ପିକେଟିଂ କରିଥିଲେ । ପୂର୍ବରୁ ମଧ୍ୟ ଜିଲ୍ଲା ଦାବି ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରାଯାଇଛି । ପୁଣି ଆଜି ଆଉଥରେ ବନ୍ଦ ଡାକରା ଦିଆଯାଇଛି l ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ l ଏହି ସମୟରେ କୌଣସି ଆଖଚକ ଗଡ଼ିବ ନାହିଁ l ଦୋକାନ ବଜାର, ବସ୍ ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଅବରୋଧ କରାଯାଇଛି l ଯାହା ଫଳରେ ଶହ ଶହ ଗାଡି ଅଟକି ରହିଛି । ଏହି ଦାବିକୁ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ସ୍ବେଛାସେବୀ ଏବଂ ସାମାଜିକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନରେ ବୁଦ୍ଧିଜୀବୀ ଓ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ,ରାଜନୈତିକ ଦଳ ର କର୍ଯ୍ୟକର୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦ ମାନେ ସାମିଲ ହୋଇ ସମର୍ଥନ କରୁଛନ୍ତି । ସକାଳୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ,ସ୍କୁଲ, କଲେଜ ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଯୋଗୁଁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆନ୍ଦୋଳନ ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଯେତେଦିନ ପର୍ଯ୍ୟନ୍ତ କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ନ କରାଯିବ ସେଯାଏଁ ବିଭିନ୍ନ ସମୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Exit mobile version