ଭୁବନେଶ୍ୱର: ଆସନ୍ତାକାଲି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ । ପୁଣି ଜନ୍ମଭୁମି ଓଡ଼ିଶାରେ ପାଦ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ମୁର୍ମୁଙ୍କ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ରାଷ୍ଟ୍ରପତି ହେବା ପରେ ଆଗରୁ ଓଡିଶା ଆସିଥିଲେ ମଧ୍ୟ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ତାଙ୍କର ଟିକିଏ ଝଲକ ପାଇବା ପାଇଁ ଉତ୍ସାହିତ ଅଛନ୍ତି ପୁରା କଟକବାସୀ । ରାଷ୍ଚ୍ରପତି ୨୬ ତାରିଖ ପୁରାଦିନ କଟକରେ ରହି ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବାର ବ୍ୟବସ୍ଥା ରହିଛି ।
ଆସନ୍ତା କାଲି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି l
ସେଠାରୁ ଯାଇ ରାଜଭବନରେ ରାତ୍ରୀଯାପନ କରିବାର ବ୍ୟବସ୍ଥା କରାଯାଇଛି । ଏହା ପରେ ୨୬ ତାରିଖ ସଖାଳ ୮.୨୦ ମିନିଟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବେ । କଟକ ନରାଜ ହେଲିପ୍ୟାଡରେ ସଖାଳ ୮.୫୫ ରେ ଅବତରଣ କରି ସଡ଼କ ମାର୍ଗରେ ଯାଇ ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ। ଏହା ପରେ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଶେଷରେ କଟକ ଏସସିବିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଧ୍ୟ୍ୟ ଯୋଗ ଦେବେ। ଏହା ପରେ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ । ପରେ ଭଦ୍ରକ ସ୍ୱାୟଂଶାସିତ ମହାବିଦ୍ୟାଳୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି l