କଙ୍ଗନାଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ସଞ୍ଜୟ ଲୀଲା ଭଂସାଲୀ ବଲିଉହ କୁଇନ ଭାବରେ ପରିଚିତ କଙ୍ଗନା ରାନାଓ୍ବତ l କଙ୍ଗନା ସୋସିଆଲ ମିଡିଆରେ ସର୍ବଦା ଖୁବ ଆକ୍ଟିଭ ରହିଥାନ୍ତି । ପ୍ରତିଦିନ ସେ କିଛି ନା କିଛି ଶେୟାର କରି ପ୍ରାୟ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି । ତେବେ ଆଜି କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର କିଛି ଭାବନା ଶେୟାର କରିଛନ୍ତି । ଶନିବାର ତଥା ଅଜି କଙ୍ଗନା ଫିଲ୍ମ ମେକର ସଞ୍ଜୟ ଲୀଲା ଭଂସାଲୀଙ୍କୁ ପ୍ରଶଂସା କରିଛନ୍ତି । ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କୁ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀ ତଥା ବଲିଉଡ କୁଇନ କଙ୍ଗନା ଲେଖିଛନ୍ତି- ମୁଁ ଜଣେ କଳାକାର ଭାବରେ ସଞ୍ଜୟ ଲୀଲା ଭଂସାଲୀଙ୍କୁ ପ୍ରଶଂସା କରେ l ସେ ଜଣେ ଏମିତି ବ୍ୟକ୍ତି ଯେ କଦାପି ସଫଳତା କିମ୍ବା ଗୌରବ ପ୍ରଦର୍ଶନ କରନ୍ତି ନାହିଁ। ସେ ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ଜଣେ ସଚ୍ଚା ଆର୍ଟିଷ୍ଟ । ମୁଁ ଏମିତି ବ୍ୟକ୍ତି ଦେଖିନାହିଁ ଯେ କି ଫିଲ୍ମକୁ ଏତେ ଭଲ ପାଉଥିବେ। ସର୍ବୋପରି ସେ ନିଜର କାମ, ସୃଜନଶୀଳ ଏବଂ ବିରଳ ଅଖଣ୍ଡତା ବିଷୟରେ ଚିନ୍ତା କରନ୍ତି l ସେ ଜଣେ ଜୀବନ୍ତ ପ୍ରତିମୂର୍ତ୍ତି କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ଏହା ସହ ସେ ସଞ୍ଜୟ ଲିଲା ଭଂସାଲୀଙ୍କୁ ଖୁବ ଆଦର କରନ୍ତି ଓ ଭଲ ପାଆନ୍ତି ବୋଲି ମଧ୍ୟ ଲେଖିଛନ୍ତି l
କଙ୍ଗନାଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ସଞ୍ଜୟ ଲୀଲା ଭଂସାଲୀ

