
କୋଲକାତା: ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ହୃଦୟଥରା ଘଟଣା। ଜଲପାଈଗୁଡ଼ି ଜିଲ୍ଲାର ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କରାଯାଇଛି ।ଅଧୀକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , କଂଗ୍ରେସ କାର୍ଯ୍ୟକର୍ତ୍ତା ମାଣିକ ରାୟଙ୍କୁ ସ୍ଥାନୀୟ ଲୋକେ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି । ବୁଧବାର ଦିନ ପଡୋଶୀଙ୍କ ସହ ବିବାଦକୁ ନେଇ ଲୋକେ ଉତ୍ୟକ୍ତ ହୋଇ ଆଇନକୁ ଏପରି ହାତକୁ ନେଇଥିବା ଜଣାଯାଇଛି । ମାଣିକଙ୍କୁ ଗୁରୁତର ଅବସ୍ଥାରେ ଜଲପାଈଗୁଡ଼ି ସୁପର ସ୍ପେଶାଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣାରେ ମାଣିକଙ୍କ ପରିବାର ଲୋକେ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ଚୌଧୁରୀ କହିଛନ୍ତି, ଆକ୍ରମଣକାରୀଙ୍କ ମଧ୍ୟରୁ କେତେଜଣ TMCର ସଦସ୍ୟ ଥିଲେ । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଏପଟେ ମୃତ ମାଣିକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ମାଣିକଙ୍କର ୨୦୧୯ରୁ ପଡୋଶୀଙ୍କ ସହ ବିବାଦ ଲାଗି ରହିଥିଲା ।ଏହାକି ନେଇ ପୂର୍ବରୁ ମାଟିପିଟି କାଣ୍ଡ ବି ହୋଇଥିଲା । ବାରମ୍ବାର ଏପରି ହେବାରୁ ମାଣିକ ଘର ଛାଡି ସିଲିଗୁଡିରେ ରହୁଥିଲେ | କିଛିଦିନ ତଳେ ସେ ଘରକୁ ଫେରିଥିଲେ ।ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ପୋଲିସରେ ଅଭିଯୋଗ କରି ସୁରକ୍ଷା ମଧ୍ୟ କରିଥିଲେ ।