Site icon UTKAL PRATIDIN

ଓଡିଶା,ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ସାଂସଦଙ୍କୁ ମୋଦିଙ୍କ ମନ୍ତ୍ର

photo_6217660138664344178_y

ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ ଗ୍ରହଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର(ଏନଡିଏ) କିଛି ସାଂସଦଙ୍କ ସହ ପ୍ରଥମ ବୈଠକ କରିଥିଲେ। ଏହି ବୈଠକରେ ଝାରଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗର ସାଂସଦଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ସଭାଗୁଡ଼ିକ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l ପୂର୍ବ ଅପେକ୍ଷା ଏଥର ଅଧିକ ଆସନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ଏହି ମନ୍ତ୍ର ଦେଇଛନ୍ତି। ଆସନ୍ତା ୨୫ ବର୍ଷ ମଧ୍ୟରେ ସେ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏହି ବୈଠକ ପରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁ କହିଛନ୍ତି ଯେ ଦଳର ଆଭ୍ୟନ୍ତରୀଣ ବୈଠକ ଅଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନଡିଏର ୨୫ ବର୍ଷ ପୂରଣ ହେବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଡିଏ ୨୫ ବର୍ଷ ଧରି ଦେଶ ସେବା କରିଆସୁଛି। ଦେଶର ବିକାଶରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୨ ରେ ଉତ୍ତରପ୍ରଦେଶ (କାଶୀ, ଗୋରଖପୁର ଏବଂ ଆୱାଦ), ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପୁଡୁଚେରୀ, ଆଣ୍ଡାମାନ ଏବଂ ନିକୋବର ଏବଂ ଲକ୍ଷ୍ମଦ୍ୱୀପ ପାଇଁ ଏନଡିଏ ସାଂସଦଙ୍କ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏହା ପରେ ଅଗଷ୍ଟ ୩ ରେ ଆଉ ଏକ ବୈଠକ ହେବ ଯେଉଁଥିରେ ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ଉପରେ ଆଲୋଚନା ହେବ। ଅଗଷ୍ଟ ୮ ର ସଭା ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୋଆ ପାଇଁ ହେବ | ମଧ୍ୟପ୍ରଦେଶ ଏବଂ ଛତିଶଗଡ, ଗୁଜୁରାଟ, ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ପାଇଁ ଅଗଷ୍ଟ ୯ ରେ ଏକ ବୈଠକ ହେବ ବୋଲି ସୂଚନା ମିଳିଛି ।

Exit mobile version