
ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦଳର ‘ମହା ଜନସମ୍ପର୍କ ଅଭିଯାନ’ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ‘ଜନସମ୍ପର୍କ ଅଭିଯାନ’ ମାସେ ବ୍ୟାପି ଜୁନ୍ ୩୦ ଯାଏ ଚାଲିବ । ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧିକୁ ଦଳ ‘ଜନସମ୍ପର୍କ ଅଭିଯାନ’ ମାଧ୍ୟମରେ ଲୋକ ଓ ଗଣମାଧ୍ୟମରେ ପହଞ୍ଚାଇବ ।
ଓଡ଼ିଶାରେ ଦଳ ୩ କୋଟି ପରିବାର ନିକଟରେ ‘ଜନସମ୍ପର୍କ ଅଭିଯାନ’ ମାଧ୍ୟମରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୩୬ ହଜାର ୬୦୬ ବୁଥରେ ପହଞ୍ଚିବା ସହ ଏଥିରେ ଦଳର ୫ ଲକ୍ଷ କର୍ମକର୍ତ୍ତା ସାମିଲ୍ ହେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।