ଓଡ଼ିଆ ଅସ୍ମିତାକୁ ଝାରଖଣ୍ଡୀ ମାଡ଼
ବିଜେପିର ରାଜନେତା ତଥା ଝାଡ଼ଖଣ୍ଡର ଷଷ୍ଠ ଥର ହୋଇଛନ୍ତି ମୁଖ୍ୟମନ୍ତ୍ରୀ | ଓଡ଼ିଶା 26ତମ ରାଜ୍ୟପାଳ ଭାବେ କରୁଛନ୍ତି କାର୍ଯ୍ୟ ବାପ ଶାସନଗାଦିକୁ ଆସୁ ଆସୁଏ ଏସ୍ଓ ଙ୍କୁ ପିଟିଲା ପୁଅ | |ବାହୁଡ଼ା ଯାତ୍ରା ସମଯରେ ପୁରୀ ରାଜଭବନରେ ଘଟିଛି ଏହି ଅଭାବନୀୟ ଘଟଣା |ରାଜ୍ଯପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଜଣେ ଏଏସ୍ଓ ଆଣିଛନ୍ତି ଅଭିଯୋଗ |5ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ଯରତ ଅଫିସର ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି |ବୈକୁଣ୍ଠନାଥ ଏ ନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ଅଭିଯୋଗର କିଛି ଶୁଣାଣି ହୋଇନାହିଁ |
କେବଳ ସେତିକି ନୁହେଁ, ଓଡ଼ିଶା ରାଜ୍ଯପାଳଙ୍କ ପୁଅ ସହ ଅନ୍ଯ 6ଜଣ ମଧ୍ଯ ଶ୍ରା ପ୍ରଧାନଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ |ଶ୍ରୀ ପ୍ରଧାନଙ୍କ ମୁହଁକୁ ମାରିବା ସହ ଗୋଇଠା ମଧ୍ଯ ମାରିଥିଲେ | ଶ୍ରୀ ପ୍ରଧାନଙ୍କ ଜୀବନ ସଙ୍କଟରେ ଥିବା ମଧ୍ଯ ସେ ଅଭିଯୋଗ କରିଛନ୍ତି | ସମସ୍ତ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ସେ ଘଟାଇଥିଲେ ଏପରି ଘଟଣା |ଏହି ଘଟଣା ସମ୍ପର୍କରେ ଜୁଲାଇ 10ରେ ଶ୍ରୀ ପ୍ରଧାନ ମେଲ ଯୋଗେ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜଣା ପଡ଼ିଛି |ଓଡ଼ିଆ ଲୋକଙ୍କୁ ମାଡ଼ ମାରିବା ଏହା କେଉଁ ପ୍ରକାର ଓଡ଼ିଆ ଅସ୍ମିତା