Site icon UTKAL PRATIDIN

ଓଡ଼ିଆରେ ନାମଫଳକକୁ ଗୁରୁତ୍ଵ

23-07-04_14-49-12-567


 

 
ଭୁବନେଶ୍ୱର: ଓଡ଼ିଆ ଭାଷା ପାଇଁ ସବୁସ୍ତରରେ ତତ୍ପରତା ପ୍ରକାଶ ପାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏବେ ବି ସରକାରୀ ନଥି ପତ୍ର ଠାରୁ ଆରମ୍ଭ କରି ଦୋକାନ ବଜାର ସବୁ ଜାଗାରେ ଇଂରାଜୀ ଭାଷା ରାଜୁତି କରୁଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏ ଦିଗରେ ଯେତିକି ଗୁରୁତ୍ଵ ଦେବା କଥା ତାହା ଦେଉନଥିବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ତରରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକର କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଇଂରାଜୀ ଭାଷାର ବହୁଳ ବ୍ୟବହାର କରୁଛନ୍ତି। ସୂଚନା ମୁତାବକ ଏପ୍ରିଲ ୨୭ରେ ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ଅବଗତ କରାଯାଇଥିଲା। ଇତି ମଧ୍ୟରେ ଦୁଇ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଚଳିତ ମାସ ପହିଲାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ କୁ ପୁନଶ୍ଚ ପତ୍ର ଲେଖା ଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ନିତିରଞ୍ଜନ ସେନ ପତ୍ର ଲେଖି ପୂର୍ବ ନିର୍ଦ୍ଦେଶ ନାମା କେତେଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ଅବଗତ କରାଇଛନ୍ତି।
ଶ୍ରମ ବିଭାଗ ସଚିବ ଆର. ସନ୍ଥ ଗୋପାଳନ ପତ୍ର ଲେଖି ଦର୍ଶାଇଥିଲେ ଯେ, ରାଜ୍ୟ ସରକାରଙ୍କ ୨୦୧୮ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଧାରାକୁ ସଂଶୋଧନ କରାଯାଇଥିଲା। ନୂତନ ପରିବର୍ତ୍ତିତ ଆଇନ ଅନୁଯାୟୀ ଓଡ଼ିଶର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ବାଧ୍ୟତାମୂଳକ କରାଯିବା। ଯେଉଁମାନେ ଏହାର ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ ଜାରି କରାଯିବ । ଯେଉଁମାନେ ଏହାକୁ ଅବ ମାନାନା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏହା ପାଇଁ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି ପ୍ରତି ୩ ମାସରେ ଥରେ ବୈଠକ କରି ଜିଲ୍ଲାରେ ଥିବା ସମସ୍ତ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମ ଫଳକ ଲାଗିଲା କି ନାହିଁ ତଦାରଖ କରିବ । ଏ ସମ୍ବନ୍ଧୀୟ କାର୍ଯ୍ୟ ଧାରା ବିଷୟରେ ଶ୍ରମ ଆୟୁକ୍ତିଙ୍କୁ ନିୟମିତ ଭାବରେ ଅବଗତ କରାଯିବ । ହେଲେ ସମସ୍ତ ନିଷ୍ପତି କେବଳ କାଗଜ କଲମରେ ରହିଯାଇଛି । ବର୍ତ୍ତମାନ ଶ୍ରମ ବିଭାଗର ଚିଠି ଏହି କାର୍ଯ୍ୟ ତୁରନିତ୍ଵ ଦିଗରେ କେତେ ସହାୟକ ହେଉଛି କେବଳ ତାହା ଦେଖିବାର ଅପେକ୍ଷା।
 
Bullet points:
• ଓଡ଼ିଶା ରେ ଓଡ଼ିଆ ଭାଷାରେ ନାମଫଳକ ପାଇଁ ଦିଆଯିବ ଗୁରୁତ୍ଵ।
• ରାଜ୍ୟ ସରକାରଙ୍କ ୨୦୧୮ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଧାରାକୁ ସଂଶୋଧନ କରାଯାଇଥିଲା ।
• ନୂତନ ଧାରା ଅନୁଯାଇ ଓଡ଼ିଶର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଥିଲା।
• ହେଲେ ତାହା ବର୍ତମାନ ସୁଦ୍ଧା କାଗଜପତ୍ରରେ ହିଁ ସୀମିତ ରହିଯାଇଥିବା ନେଇ ଶ୍ରମ ବିଭାଗ ଚିଠି ଲେଖିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ।
• ଆଶା କରାଯାଉଛି ଏହି ଚିଠି ପରେ ଏହି ନୂତନ ଆଇନର କାର୍ଯ୍ୟକାରୀ ପ୍ରତି ଦିଆଯିବ ଗୁରୁତ୍ଵ ।

Exit mobile version