ଏସିଆ କପ୍ ପୂର୍ବରୁ ପାକିସ୍ତାନର ଦଳ ଆଇସିସି ଓଡିଆଇ(ODI) ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି। ଦୁଇଟି ବଡ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନର ଏହି ସଫଳତା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ODI ସିରିଜକୁ ୩-୦ ରେ ଜିତିବା ପରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପଛରେ ପକାଇ ODI ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛି l ଏହାପୂର୍ବରୁ ଏହି ଦଳ ମେ ମାସରେ ଓଡିଆଇ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିଲା।
ଉତ୍କୃଷ୍ଟ ବୋଲିଂ ଆଧାରରେ ପାକିସ୍ତାନ ପ୍ରଥମ ଦିନିକିଆରେ ୧୪୨ ରନ୍ ଜିତିଥିଲା। ଦ୍ୱିତୀୟ ଖେଳ ଏକ ରୋମାଞ୍ଚକର ଥିଲା, ମ୍ୟାଚର ଶେଷ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ଜିତିଥିଲା। ଏଥି ସହିତ ସିରିଜର ତୃତୀୟ ମ୍ୟାଚରେ ପାକିସ୍ତାନ ବ୍ୟାଟିଂ ଆଧାରରେ ୫୯ ରନରେ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଫଗାନିସ୍ତାନକୁ ସଫା କରିଥିଲା।
ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନ ODI ଫର୍ମାଟରେ ନିଜର ଆଭିମୁଖ୍ୟ ବଜାୟ ରଖିଛି। ୨୦୨୨ ସିଜନରେ ସେମାନେ ୱେଷ୍ଟଇଣ୍ଡିଜକୁ ଘରେ ଏବଂ ନେଦରଲ୍ୟାଣ୍ଡକୁ ୩–୦ ଦୂରରେ ପରାସ୍ତ କରିଥିଲେ l ଏହା ପରେ ସେମାନେ ଜାନୁଆରୀ ୨୦୨୩ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨–୧ ସିରିଜ୍ ଜିତିଥିଲେ l ଏହା ପରେ ଏପ୍ରିଲରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜରେ ପାକିସ୍ତାନ ୪–୧ ଜିତିଥିଲା। ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ୩-୦ ସିରିଜ୍ ବିଜୟ ସହ ଏହି ଦଳ ODI ମାନ୍ୟତାର ଶୀର୍ଷରେ ପହଞ୍ଚିଛି।
ଆଫଗାନିସ୍ତାନ ସହିତ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ୧୧୮ ରେଟିଂ ପଏଣ୍ଟ ସହ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବାବେଳେ ପାକିସ୍ତାନ ୧୧୫.୮ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ୧୧୮.୪୮ ରେଟିଂ ପଏଣ୍ଟ ସହ ପାକିସ୍ତାନ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆର ପଏଣ୍ଟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହି ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ୧୧୩ ପଏଣ୍ଟ ସହ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି l ଉଭୟ ଭାରତ ଏବଂ ପାକିସ୍ତାନ ଦଳ ଏସିଆ କପରେ ଅନେକ ମ୍ୟାଚ୍ ଖେଳିବେ। ଏଭଳି ପରିସ୍ଥିତିରେ ODI ଦଳ ମାନ୍ୟତାରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି l
ଏସିଆ କପ ପୂର୍ବରୁ ପାକିସ୍ତାନର କମାଲ
