Site icon UTKAL PRATIDIN

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

photo_6276062872027117395_x

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା, ବୁମ୍ରା ଓ ତିଲକ ଭର୍ମା ସାମିଲ ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳ ଚୟନ ପାଇଁ ସୋମବାର ଏକ ବୈଠକର ଆୟୋଜନ କରାଯାଇଥିଲା। ଯେଉଁଥିରେ କ୍ୟାପଟେନ ରୋହିତ ଶର୍ମା, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ବିସିସିଆଇ ଘୋଷଣା କରିଥିବା ଦଳରେ ଜସପ୍ରୀତ ବୁମ୍ରା ଫେରିଥିବାବେଳେ ତିଲକ ଭର୍ମା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏସିଆ କପ୍ ୨୦୨୩ ରେ ମୋଟ ୧୩ ଟି ମ୍ୟାଚ୍ ଖେଳାଯିବ l ଭାରତ ଏବଂ ନେପାଳ ସହିତ ପାକିସ୍ତାନ ଗ୍ରୁପ୍ ଏ ରେ ଥିବାବେଳେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଗ୍ରୁପ୍ ବି ରେ ଅଛନ୍ତି । ଉଭୟ ଗୋଷ୍ଠୀର ଶ୍ରେଷ୍ଠ ଦୁଇ ଦଳ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବେ । ତା’ପରେ ସୁପର-୪ ର ଶ୍ରେଷ୍ଠ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ l ଏଥର ଏସିଆ କପ୍ ୫୦ ଓଭର ଫର୍ମାଟରେ ଖେଳାଯିବ l ପାକିସ୍ତାନରେ ଖେଳାଯିବାକୁ ଥିବା ଏକମାତ୍ର ସୁପର ୪ ମ୍ୟାଚ୍ ୬ ସେପ୍ଟେମ୍ବରରେ ଲାହୋରରେ ଏ ୧ ଏବଂ ବି ୨ ଦଳ ମଧ୍ୟରେ ଖେଳାଯିବ l ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଏହା ୨ ସେପ୍ଟେମ୍ବର ୨୦୨୩ ରେ ଆୟୋଜିତ ହେବ l ଶ୍ରୀଲଙ୍କାର କାଣ୍ଡି ଷ୍ଟାଡିୟମରେ ଏହି ମ୍ୟାଚ୍ ଆୟୋଜିତ ହେବ । ଭାରତ ଏବଂ ପାକିସ୍ତାନର ଆଉ ଏକ ମ୍ୟାଚ୍ ହୋଇପାରେ । ଯଦି ଉଭୟ ଦଳ ସୁପର ୪ ରେ ପହଞ୍ଚନ୍ତି l କଲମ୍ବୋରେ ଏହା ଆୟୋଜିତ ହେବ l

Exit mobile version