କଟକ ବଡ ମେଡିକାଲ ନର୍ସିଂ ଅଫିସର ଓ ହାଉସ ସର୍ଜନଙ୍କ ମଧ୍ୟରେ ଚାଲିଥିବା ବିବାଦର ହୋଇଛି ସମାଧାନ। ଉଭୟ ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ଉଭୟଙ୍କୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦେଶ କ୍ରମେ ଆଜି ବୈଠକ ବସିଥିଲା ।ଯେଉଁଠି ତଦନ୍ତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଏହି କମିଟିରେ ଉପସ୍ଥିତ ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,ଆନ୍ଦୋଳନ ସ୍ଥଗିତ ରହିଛି, ମାତ୍ର ରୋଗୀ ସେବା ଠିକ ରୂପେ ଚାଲିବ ।ସମସ୍ତେ ରୋଗୀ ସେବାରେ ସହଯୋଗ କରିବେ ।
ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାର ତୁରନ୍ତ ସମାଧାନ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ରବିବାର ମେଡ଼ିସିନ ବିଭାଗରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସ ଏବଂ ହାଉସ ସର୍ଜନ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହା ପରେ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ।ଏହି ସବୁ ବିବାଦକୁ ନେଇ ଉଭୟ ଇନଡୋର ଓ ଆଉଟ ଡୋର ରୋଗୀ ସେବା ବନ୍ଦ ରହିଥିଲା, ବିବାଦ ନଛିଣ୍ଡିବାରୁ ହନ୍ତସନ୍ତ ହେଉଥିଲେ ରୋଗୀ ।
ଏସସିବି ମେଡିକାଲ ବିବାଦରେ ପଡିଲା ପୂର୍ଣ୍ଣଛେଦ ,ଆଜିଠୁ ମେଡିକାଲରେ ରୋଗୀସେବା ହେବ ସ୍ୱାଭାବିକ

