ଏଥର ଡ୍ରୋନ୍ ଜଗିବ ଭାରତୀୟ ସୀମା ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ‘ହେରୋନ ମାର୍କ-୨’ ଡ୍ରୋନ୍। ପ୍ରଥମ ଥର ଲାଗି ଭାରତ ସୀମାରେ ଏଭଳି ଡ୍ରୋନ୍ ନିୟୋଜିତ ହେବ। ଯେକୌଣସି ତାପମାତ୍ରାରେ ବି ଏହି ‘ହେରୋନ ମାର୍କ-୨’ ଡ୍ରୋନ୍ କାର୍ଯ୍ୟକ୍ଷମ ରହି ପାରିବ। ଶତ୍ରୁପକ୍ଷଙ୍କୁ ଚକମା ଦେଇ ସେମାନଙ୍କର ସମସ୍ତ ଯୋଜନା ଉପରେ ନଜର ରଖି ପାରିବ ଏହି ଡ୍ରୋନ୍। ଚୀନ ଓ ପାକିସ୍ତାନ ଉଭୟଙ୍କ ଉପରେ ଏକା ସାଙ୍ଗରେ ନଜର ରଖିପାରିବ ଏହି ଡ୍ରୋନ୍ । ଥରକ ଉଡାଣରେ ଉଭୟେ ଚୀନ ଓ ପାକିସ୍ତାନ ସୀମା କଭର କରିପାରିବ। ପ୍ରଥମ ଥର ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଏହି ଡ୍ରୋନ୍କୁ ସାମିଲ କରାଯାଇଛି। ଫଳରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ‘ହେରୋନ ମାର୍କ-୨’ ଡ୍ରୋନ୍ ନିର୍ମିତ। ଯେକୌଣସି ପରିସ୍ଥିତିରେ ଶତ୍ରୁପକ୍ଷର ସମସ୍ତ ଚାଲର ମୁକାବିଲା ଲାଗି ଏହି ଡ୍ରୋନ୍ ସକ୍ଷମ। ୨୦୦୦ ମସିହାରେ ଏହି ଡ୍ରୋନ୍ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବେଳେ ଏବେ ଏହାର ନୂଆ ଭର୍ସନକୁ ପ୍ରଥମଥର ଲାଗି ସାମିଲ କରାଯାଇଛି। ମୁଖ୍ୟତଃ, ପାକିସ୍ତାନ ଅନୁପ୍ରବେଶକାରୀ, ଆତଙ୍କବାଦୀଙ୍କ ସହ ସୀମାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ଡ୍ରୋନ୍ । ଏହାବ୍ୟତୀତ ଚୀନ କିମ୍ବା ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାରେ ଅନୁପ୍ରବେଶ ଉପରେ ବି ଏହି ଡ୍ରୋନ୍ ନଜର ରଖିପାରିବ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଡ୍ରୋନ୍ ଶୂନ ଡିଗ୍ରୀରୁ କମ୍ ତାପମାତ୍ରାରେ ବି କାର୍ଯ୍ୟକ୍ଷମ କରିବ। ଏପରିକି ପାଣିପାଗ ଯେତେ ଖରାପ ଥିଲେ ବି ଏହାକୁ ଉଡାଇ ହେବ। ଆସନ୍ତାକାଲି ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ‘ହେରୋନ ମାର୍କ-୨’ ଡ୍ରୋନ୍ ଭାରତୀୟ ବାୟୁସେନାରେ ସାମିଲ ହେବ। ଏହା ଦେଶର ଶକ୍ତି ଆଉ ସାମର୍ଥ୍ୟକୁ ଦ୍ୱିଗୁଣିତ କରିବା ବୋଲି କୁହାଯାଇଛି l