Site icon UTKAL PRATIDIN

ଏଣିକି ରାତିରେ ଖୋଲାରହିବ ନନ୍ଦନକାନନ

photo_6282854529582085653_y

ପର୍ଯ୍ୟଟକଙ୍କ ପାଇଁ ଆହୁରି ହେଲା ସୁବିଧା । ଏଣିକି ପର୍ଯ୍ୟଟକ ନନ୍ଦନକାନନରେ ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ । ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ରାତିରେ ବି ଖୋଲା ରହିବ । ଆଗକୁ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବା ନେଇ ବ୍ୟବସ୍ଥା କରାଯାଉଛି । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ଏଭଳି କିଛି ନୂଆ ବ୍ୟବସ୍ଥା ରହିଛି । ବର୍ତ୍ତମାନ ସଂଧ୍ୟା ୫ଟା ବେଳେ ବନ୍ଦ ହୋଇଯାଉଛି ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ତେଣୁ ଏ କ୍ଷେତ୍ରରେ କେବଳ ଦିନ ସମୟରେ ହିଁ ବୁଲିବାର ମଜା ଉଠାଇପାରୁଛନ୍ତି ଲୋକେ l କିନ୍ତୁ ଆଗକୁ ରାତିରେ ବି ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି । ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନେ ବୁଲିପାରିବେ । ରାତ୍ରୀଚର ଜୀବଙ୍କୁ ମଧ୍ୟ ଦେଖିବାର ସୁଯୋଗ ମିଳିବ l ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରନାଲ ଡ୍ରିଲ ସଫାରୀ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି । ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ରହିଛି ପ୍ରସ୍ତାବ । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବର ମଧ୍ୟ ମାଷ୍ଟର ପ୍ଲାନରେ ଉଲ୍ଲେଖ କରାଯାଇଛି l

Exit mobile version