ନୂଆଦିଲ୍ଲୀ : ଏଣିକି ମାଗଣାରେ ଚିନି ଯୋଗାଇ ଦେବେ ଦିଲ୍ଲୀ ସରକାର । ଏଣିକି ଗରିବ ପରିବାରକୁ ମାଗଣାରେ ମିଳିବ ଚିନି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗରିବ ପରିବାରକୁ ମାଗଣାରେ ଚିନି ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ଦିଲ୍ଲୀ କ୍ୟାବିନେଟ ଗୁରୁବାର ତଥା ଆଜି ମାଗଣା ଚିନି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି । ଏଥିରେ ଉପକୃତ ହେବେ ୨ ଲକ୍ଷ୍ୟ ୮୦ ହଜାର ହିତାଧିକାରୀ । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ଗରିବ ପରିବାର ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବ l ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଏବଂ ମୁଦ୍ରାସ୍ଫୀତିରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ଦିଲ୍ଲୀ ସରକାର ଖାଦ୍ୟ ନିରାପତ୍ତାକୁ କାହାର ସମ୍ମୁଖୀନ ନହେବାକୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀବାସୀଙ୍କୁ ଏହି ମାଗଣା ଚିନି ବଣ୍ଟନ କରାଯିବ । ଏହି ପ୍ରୟାସରେ, ଏପ୍ରିଲ୍ ୨୦୨୦ ରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ପିଡିଏସ ହିତାଧିକାରୀଙ୍କୁ ରାସନ ମାଗଣାରେ ବଣ୍ଟନ କରାଯାଇଥିଲା । ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କ ପାଇଁ ଗହମ, ଚାଉଳ ବ୍ୟତୀତ ଦିଲ୍ଲୀ ସରକାର ମାଗଣା ଚିନି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଅନ୍ତୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ଚିନି ସବସିଡି ଯୋଜନା ଅଧୀନରେ ମାଗଣା ଚିନି ଯୋଗାଇବେ । ସରକାରଙ୍କ ଏହି ନିଷ୍ପତ୍ତିରେ ୬୮,୭୪୭ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କ ସମେତ ପ୍ରାୟ ୨,୮୦,୨୯୦ ହିତାଧିକାରୀ ଉପକୃତ ହେବେ । ଏହି ପଦକ୍ଷେପ କାର୍ଯ୍ୟକାରୀ ପାଇଁ ପ୍ରାୟ ୧.୧୧ କୋଟି ଟଙ୍କା ଆନୁମାନିକ ବଜେଟ୍ ଆବଶ୍ୟକ କରାଯାଇଛି ।
ଏଣିକି ମାଗଣାରେ ଚିନି ପାଇବେ ଦିଲ୍ଲୀବାସି
