
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ଏହା ପ୍ରଥମ ବଜେଟ୍ । ପ୍ରଥମ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ କରିବା ସହ ନିର୍ମଳା ସୀତାରମଣ ଇତିହାସ ରଚିଛନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିଛନ୍ତି। ମୋରାଜୀ ଦେଶାଇ ୧୯୫୯ରୁ ୧୯୬୪ ମଧ୍ୟରେ ଗୋଟିଏ ମଧ୍ୟବର୍ତ୍ତୀ ବଜେଟ୍ ସହିତ ପାଞ୍ଚଟି ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିଥିଲେ ।ସର୍ବାଧିକ ସଂଖ୍ୟକ ବଜେଟ୍ ଭାଷଣ ଉପସ୍ଥାପନ କରିବା ପାଇଁ ତାଙ୍କ ନାମରେ ଏକ ରେକର୍ଡ ଅଛି | ପୂର୍ବତନ ଅର୍ଥମନ୍ତ୍ରୀ ମୋଟ ଦଶଟି ବଜେଟ ଭାଷଣ ଦେଇଥିଲେ। ମୋରାରଜୀ ଦେଶାଇ ପରେ ପି ଚିଦାମ୍ବରମ୍ ୯ ଥର ଏବଂ ପ୍ରଣବ ମୁଖାର୍ଜୀ ୮ ଥର ବଜେଟ୍ ଉପସ୍ଥାପନ କରିଛନ୍ତି।
ପ୍ରଥମ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଲଗାତାର ସାତଥର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ଚଳିତ ବର୍ଷ ଫେବୃଆରୀରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ। ଏହାର ମୂଲ୍ୟ ୪୭.୬୫ ଲକ୍ଷ କୋଟି ଥିଲା। ବଜେଟରେ ସବୁଠାରୁ ଅଧିକ ସମୟ ଭାଷଣ ଦେବାର ରେକର୍ଡ ମଧ୍ୟ ନିର୍ମଳାଙ୍କ ନାମରେ ରହିଛି । ଫେବୃଆରୀ ୧,୨୦୨୦ରେ ଦୁଇ ଘଣ୍ଟା ୪୦ ମିନଟ ସର୍ବାଧିକ ସମୟ ବଜେଟରେ ଭାଷଣ ଦେଇଥିଲେ।