ଇତିହାସ ରଚିଲା ଭାରତ ସାରା ଭାରତର ଅପେକ୍ଷାର ଅନ୍ତ ଘଟିସାରିଛି l ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ଲ୍ୟାଣ୍ଡର l ଜହ୍ନ ମାମୁଁ ଘରେ ଏବେ ଭାରତ ପହଞ୍ଚି ସାରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଛି ଭାରତ । ସାରା ଦେଶ ଅପେକ୍ଷା କରିଥିଲା ଏହି ଶୁଭ ମୁହୂର୍ତ୍ତକୁ l ଈଶ୍ୱରଙ୍କ ଆଶୀର୍ବାଦ ଓ ସାରା ଦେଶବାସୀଙ୍କ ଶୁଭକାମନା ଯୋଗୁଁ ଆଜି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ସଫଳ ହୋଇଛନ୍ତି ଇସ୍ରୋର ବୈଜ୍ଞାନିକମାନେ l ଏବେ ଆଗାମୀ ୧୪ ଦିନ ଖୁବ ଗୁରୁତ୍ୱପୂର୍ଣ ରହିବ ଇସ୍ରୋ ପାଇଁ l ଲ୍ୟାଣ୍ଡର ବିକ୍ରମରୁ ଏବେ ରୋଭର ପ୍ରଜ୍ଞା ବାହାରି ୧୪ଦିନ କାଳ ଚନ୍ଦ୍ରପୃଷ୍ଠରେ ବିଚାରଣ କରି ବିଭିନ୍ନ ପ୍ରକାର ତଥ୍ୟ ପ୍ରଦାନ କରିବ l ତେବେ ଏହା ଭାରତ ପାଇଁ ଏକ ବଡ଼ ସଫଳତା l ଏହି ସଫଳତାରେ ସାରା ଦେଶ ଏବେ ଉତ୍ସବମୁଖର l
ଇତିହାସ ରଚିଲା ଭାରତ
