
ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪କୁ ନେଇ ଚର୍ଚ୍ଚା ଟିଭି ଦୁନିଆର ଖୁବ ଲୋକପ୍ରିୟ ଏକ ରିଆଲିଟି ସୋ ହେଉଛି ‘ଇଣ୍ଡିଆନ୍ ଆଇଡଲ୍’ । ‘ଇଣ୍ଡିଆନ୍ ଆଇଡଲ୍’ ଏହାର ସିଜିନ୍ ୧୪ ଆରମ୍ଭ କରିବାକୁ ଯାଉଛି l ତେବେ ଏହି ସୋ’ କୁ ନେଇ ଏବେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ସୋନି ଟିଭିରେ ଏହି ସୋ ଆରମ୍ଭ ହେବାକୁ ଯାଉଛି । ଏହି ସୋ ର ୧୩ଟି ସିଜିନ୍ ସଫଳତାର ସହ ସାରିଥିବା ବେଳେ ଏବେ ୧୪ତମ ସିଜିନ୍ ଆଣିବାକୁ ପ୍ରଯୋଜକ ପ୍ରସ୍ତୁତ l ପ୍ରାୟତଃ ଗତ କିଛି ସିଜନରେ ଏହି ସୋ ରେ ନେହା କକ୍କର ଏବଂ ହିମେଶ ରେଶମିୟା ଜଜ୍ ରହିଥିଲେ । ହେଲେ ଏଥର ସୋ ରେ ଜଜ୍ ରୁ ଆରମ୍ଭ କରି ହୋଷ୍ଟ ସଭିଏଁ ବଦଳିବେ ବୋଲି ଖବର ମିଳିଛି l ନେହା କକ୍କର ଏବଂ ହିମେଶ ରେଶମିୟା ଏହି ‘ଇଣ୍ଡିଆନ ଆଇଡଲ ସିଜିନ ୧୪’ ରେ ଜଜ୍ ରୂପେ ନଜର ଆସିବେ ନାହିଁ । ଏହା ସହିତ ଏହି ସୋ ର ନୂଆ ହୋଷ୍ଟ ମଧ୍ୟ ସାମ୍ନା କୁ ଆସିଛନ୍ତି । ତେବେ ଏଥର ଆଉ ଏହି ସିଜିନ୍ ରେ ହିମେଶ ରେଶମିୟା, ନେହା କକ୍କର ଓ ଆଦିତ୍ୟ ନାରାୟଣ ନଜର ଆସିବେ ନାହିଁ । ସବୁ ନୂଆ ଚେହେରା ଦେଖିବାକୁ ମିଳିବ ଏଥର l ଏହି ସିଜିନ୍ ରେ ନେହା କକ୍କର ଏବଂ ହିମେଶ ରେଶମିୟାଙ୍କ ବଦଳରେ କୁମାର ସାନୁ ଓ ଶ୍ରେୟା ଘୋଷାଲ ଜଜ୍ କରିବେ । ସେମାନଙ୍କ ସହ ବିଶାଲ ଦାଦଲାନି ମଧ୍ୟ ଜଜ୍ ରୂପେ ନଜର ଆସିବେ l ଆଦିତ୍ୟ ନାରାୟଣଙ୍କ ବଦଳରେ ହୁସେନ୍ କୁଭର୍ଜାଲା ହୋଷ୍ଟ କରିବେ । ହୁସେନ୍ କୁଭର୍ଜାଲା ପୁରା ଆଠ ବର୍ଷ ପରେ ‘ଇଣ୍ଡିଆନ୍ ଆଇଡଲ୍’ ରେ ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି । ସୋନି ଟିଭି ଜଜ୍ଙ୍କର ନୂଆ ପ୍ୟାନେଲ ଘୋଷଣା କରି ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ଦର୍ଶକ କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ରେ ଅନେକ ଦର୍ଶକ ଏହି ଦୁହିଁଙ୍କୁ ସୋ’ରେ ଦେଖିବା ପାଇଁ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ତେବେ ‘ଇଣ୍ଡିଆନ ଆଇଡଲ ସିଜିନ୍ ୧୪’ ରେ ନରହିବାର କାରଣ ବିଷୟରେ ହିମେଶ ରେଶମିୟାଙ୍କୁ ପଚାରିବାରୁ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ‘ସା ରେ ଗା ମା ପା’ ସୋ’ରେ ଜଜ୍ ହେବେ ସେଥିପାଇଁ ‘ଇଣ୍ଡିଆନ ଆଇଡଲ’ ରେ ଅଂଶ ଗ୍ରହଣ କରିପାରିବେ ନାହିଁ । ସେହିପରି ନେହା କକ୍କର ଓ ଆଦିତ୍ୟ ନାରାୟଣ ମଧ୍ୟ ‘ସା ରେ ଗା ମା ପା’ ରେ ଅଂଶ ଗ୍ରହଣ କରିବେ । ଯେଉଁଥିପାଇଁ ସେମାନେ ମଧ୍ୟ ‘ଇଣ୍ଡିଆନ ଆଇଡଲ ୧୪’ ରେ ରହିପାରିବେ ନାହିଁ ।