‘ୱାର୍ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା ଏକ ବଡ଼ ଘୋଷଣା କରିଛନ୍ତି l ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ରିଲିଜ ହେବ ଏହି ଫିଲ୍ମ l ଏହା ପୂର୍ବରୁ ମାସ ତଳେ ନିର୍ମାତା ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ଜୁନିୟର ଏନ୍ଟିଆର୍ ଏହି ସିନେମାରେ ନଜରକୁ ଆସିବେ ବୋଲି ଜଣାପଡ଼ିଥିଲା । ଏବେ ନିର୍ମାତା ଆଉ ଘୋଷଣା କରିଛନ୍ତି ଯେଉଁଥିରୁ ଫିଲ୍ମରା ରିଲିଜ ତାରିଖ ବିଷୟରେ ସୂଚନା ମିଳିଛି l ତେବେ ଆର୍ଯ୍ୟନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୨୫ ସାଧାରଣତନ୍ତ୍ର ଦିବସ ତଥା ଜାନୁୟାରୀ ୨୬ ତାରିଖରେ ରିଲିଜ୍ ହେବ ବୋଲି ଜଣାପଡିଛି।
ହ୍ରିତିକ୍ ଓ ଏନ୍ଟିଆର୍ ଙ୍କ ଫାନ୍ସମାନଙ୍କ ପାଇଁ ଏହା ନିହାତି ଭାବରେ ଏକ ଖୁସି ଖବର l ତେବେ ଫିଲ୍ମରେ ଏହି ୨ଜଣଙ୍କ ବ୍ୟତୀତ କିଆରା ଆଡଭାନୀ, କ୍ୟାଟ୍ରିନା କୈଫ, ଜନ୍ ଆବ୍ରାହମ୍, ପ୍ରଭାସ, ଶବିର ଆଲୁଆଲିଆ ଭିନ୍ନ ଚରିତ୍ରରେ ନଜରକୁ ଆସିବେ ବୋଲି ମଧ୍ୟ ଜଣାପଡିଛି । ‘ଅଗ୍ନିପଥ’ ଏବଂ ‘ପଠାନ୍’ ସାଧାରଣତନ୍ତ୍ର ଦିବସରେ ରିଲିଜ୍ ହୋଇ ଖୁବ ହିଟ୍ ହୋଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ନିର୍ମାତା ‘ୱାର ୨’କୁ ଜାନୁୟାରୀ ୨୬ରେ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ସହ ଜୁନିୟର ଏନ୍ଟିଆର୍ ଏକ ସହ ଗୋଟେ ଫିଲ୍ମରେ ନଜର ଆସିବେ ତେବେ ବଡ଼ ପରଦାରେ ଦୁଇ ହିଟ୍ ଷ୍ଟାରଙ୍କ ଆକ୍ସନ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

