୨୪ ବର୍ଷ ପରେ ରାଜ୍ୟରେ ଆସିଛି ନୂଆ ସରକାର, ଓଡିଶାକୁ ପ୍ରଥମ ଥର ଦଖଲ କରିଛି ବିଜେପି । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ଫଳାଫଳ ସମସ୍ତ ବିଜେପି କର୍ମୀଙ୍କୁ ବେଶ ଖୁସି ଦେଇଥିଲା । ଓଡ଼ିଶାର ବିକାଶ ପାଇଁ ଏବେଠୁ ନୂଆ ରୋଡମ୍ୟାପ ପ୍ରସ୍ତୁତ କରୁଛି ବିଜେପି ସରକାର । ଏନେଇ ରାଜ୍ୟରେ କଣ ଆସିବ ପରିବର୍ତ୍ତନ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ଆଜିଠୁ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ କାର୍ଯ୍ୟକରାଣୀ ବୈଠକ । ଏଥିରେ ଯୋଗଦେବେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପୁରୀରେ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ ଜେପି ନଡ୍ଡା ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଭୁବନେଶ୍ୱର ବିମାନବନ୍ଦର ରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ନଡ୍ଡାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ରାଜ୍ୟରେ ପ୍ରଥମ ଥର ବିଜେପି କ୍ଷମତାକୁ ଆସିବା ପରେ ମାନ୍ୟବର ମୋହନଚରଣ ମାଝୀଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।ଆଗାମୀ ୨୫ବର୍ଷ ପାଇଁ ଓଡିଶା ବିକାଶର ରୋଡ ମ୍ୟାପ କିପରି ପ୍ରସ୍ତୁତ କରାଯିବ ସେ ନେଇ ପରାମର୍ଶ ଦେଇପାରନ୍ତି ବୋଲି ସୂଚନା ମିଳିଛି ।ଆହୁରି ମଧ୍ୟ ୟୁପିର ଡେପୁଟି ସିଏମ କେଶବ ପ୍ରସାଦ ମୟୂରା ଜେପିନଡ୍ଡାଙ୍କୁ ଭେଟି କହିଛନ୍ତି ଯେ ସରକାର ଅପେକ୍ଷା ସଂଗଠନ ବଡ ।ସଂଗଠନ ଏବଂ ସରକାରଙ୍କ ବିଷୟରେ ଶ୍ରୀ ନଡ୍ଡା କ’ଣ କହିବେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ପୁରୀରେ ଦୁଇଦିନ ଧରି ବସିଥିବା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିଛି ଦଳ ଓ ସରକାର ଉଭୟ କିପରି ଲୋକଙ୍କ ପାଖରେ ପହଞ୍ଚିବେ ଏବଂ ଆଗାମୀ ୫ ଵର୍ଷ ପାଇଁ ନୁହେଁ ଦୀର୍ଘ ୨୫ ବର୍ଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବେ ବୋଲି ସୂଚନା ରହିଛି , ଏବଂ ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କିପରି ଆଗକୁ ଯାଇପାରିବ ସେ ବିଷୟରେ ମଧ୍ୟ କର୍ମୀଙ୍କ ସହ ଆଲୋଚନା କରିବେ।
ରାଜ୍ୟ ରାଜନୀତିକୁ ବେଶ ସରଗରମ କରୁଛି ଏହି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ।ତେବେ ଦେଖିବାକୁ ବାକି ରହିଲା ବିଜେପି କାମ କରୁଛି ନ। ତାର ସମସ୍ତ କାର୍ଯ୍ୟ କେବଳ ବୈଠକ ରେ ସୀମିତ ରହୁଛି।
ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ
