ଆଜି ଭୋର ୫ଟାରେ ସମୟରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି ।ଦୁଇଦିନ ତଳେ ଅସୁସ୍ଥ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ।ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ କିସମର ଧାନ ସଂରକ୍ଷଣ ଓ ଗବେଷଣା ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଭାବେ ବେଶ ପରିଚୟ ସାଉଁଟିଥିଲେ ।୨୦୧୯ ମସିହା ମାର୍ଚ୍ଚ ୧୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
କମଳା ପୂଜାରୀ ବେଶ ପ୍ରତିଭାବାନ ଥିଲେ, ଶସ୍ୟ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କର ବେଶ ଅବଦାନ ରହିଥିଲା ୧୦୦କିସମରୁ ଉର୍ଧ ବିହନକୁ ସେ ସଂରକ୍ଷଣ କରି ଲୋକ ଲୋଚନକୁ ଆଣିପାରିଥିଲେ,
ମୋହନସରକାରଙ୍କ ସହିତ କେନ୍ଦ୍ରାପଡା ସଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ କରି କମଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ତାଙ୍କର ଅବଦାନ ସଦା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।