Site icon UTKAL PRATIDIN

ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ ପ୍ରୟାସ !

photo1688800165

ପୂର୍ବ ପ୍ରଚଳିତ ପ୍ରୟାସ “ଆମା ଗାଁ ଆମ ବିକାଶ” ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ତାଙ୍କର ନିଜସ୍ୱ ପାଣ୍ଠି ରୁ ଆର୍ଥିକ ବର୍ଷ ୨୦୨୩ -୨୦୨୪ ରେ ଏକ ନୂତନ ରୂପରେଖ ରେ “ଆମ ଓଡିଶା ନବୀନ ଓଡିଶା” ନାମକ ଅଭିନବ ପ୍ରୟାସ କରିଛନ୍ତି । ଉକ୍ତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧି କୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ ଓ ପରମ୍ପରା କୁ ବଞ୍ଚାଇ ରଖିବା ।

ପ୍ରୟାସର ବିବରଣୀ:

ଓଡ଼ିଶା ସର୍ବଧର୍ମ ସମନ୍ଵୟ ର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଆଦିଭୂମି ଅଟେ । ବିଶ୍ଵମୈତ୍ରୀ, ଶାନ୍ତି, ସେବା ଓ ସମାନତାର ଅଦ୍ଭୁତ ସମନ୍ଵୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ ।

୧. ଓଡିଶାର ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଏହାକୁ ବିଶ୍ବ ସ୍ତରରେ ପ୍ରଚାରିତ କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡିଶା ଗଠନ ହେଉଛି ଏହି ପ୍ରୟାସର ଲକ୍ଷ ।

୨. ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଏବଂ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ, ଯୁବକମାନଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯିବ ।

୩. ଉକ୍ତ ପ୍ରୟାସ ଅଧିନରେ ଆର୍ଥିକ ବର୍ଷ ୨୦୨୩ -୨୪ ପାଇଁ ଟଙ୍କା ୪୦୦୦ କୋଟି ବ୍ୟୟବରାଦ କରାଯାଇଅଛି ।

୪. ପ୍ରତ୍ୟେକ ଗ୍ରାମପଞ୍ଚାୟତ ଟଙ୍କା ୫୦,୦୦,୦୦୦/- ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ | ଉକ୍ତ ଅର୍ଥ ରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ ଏବଂ ସୁରକ୍ଷା, ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀ ଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀ ଗୁଡିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟଙ୍କା ୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

୫. ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲା ପରିଷଦ ସଭାପତି ଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ବିଭାଗକୁ ପ୍ରେରଣ କରାଯିବ |

୬. ଉକ୍ତ ପ୍ରୟାସ ରେ କାର୍ଯ୍ୟକାରୀ ହେବାକୁଥିବା ପ୍ରକଳ୍ପ ଗୁଡିକର ମୂଲ୍ୟ ଟଙ୍କା ୨ ଲକ୍ଷ ୫୦ ହଜାର ରୁ ଟଙ୍କା ୧୦ ଲକ୍ଷ ମଧ୍ୟରେ ରହିବ । ଆବଶ୍ୟକ ସ୍ଥଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ ।

୭. ପ୍ରକଳ୍ପଗୁଡିକ ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ପଞ୍ଚାୟତ ସମିତି ଦ୍ୱାରା ବିଭାଗୀୟ ଭାବରେ କାର୍ଯ୍ୟକାରୀ ହେବ |

୮. ଏହି ପ୍ରୟାସ ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଏକ ୱେବ୍ ଆଧାରିତ MIS ଏବଂ ଉତ୍ସର୍ଗୀକୃତ ମୋବାଇଲ ଆପ୍ ବିକଶିତ ହେବ । ପ୍ରତ୍ୟେକ ପ୍ରକଳ୍ପ ଗୁଡିକର GIS ଟ୍ୟାଗିଂ କରାଯିବ ।

Exit mobile version