ଗତ ୨୨ ତାରିଖରୁ ଆମେରିକା ଗସ୍ତରେ ଅଛନ୍ତି ଓଡିଶା ସରକାରଙ୍କ ପ୍ରତିନିଧି ଦଳ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ନେତୃତ୍ୱରେ ଓଡିଶାର ଏକ ପ୍ରତିନିଧୀ ଦଳ ଆମେରିକା ଗସ୍ତରେ ଯାଇଛନ୍ତି l ଏଥିରେ ସାମଲି ଅଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର, ଉନ୍ନୟନ କମିଶନର ଅନୁ ଗର୍ଗ, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି ତଥା ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ନୂଆଦିଲ୍ଲୀ ଆବାସିକ କମିଶନର ରବିକାନ୍ତ ପ୍ରମୁଖ । ତେବେ ଗତକାଲି ଆମିରକାର ସିଲିକନ୍ ଭ୍ୟାଲିରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡିଶାର ଏହି ପ୍ରତିନିଧି ଦଳ । ୯ ଏକର ଜମିରେ ସ୍ଥାପନ ହେବାକୁ ଥିବା ଏହି ମନ୍ଦିର ଜମିର ପରିଦର୍ଶନ କରିଥିଲେ ପ୍ରତିନିଧି ଦଳ । ଏହି ଅବସରରେ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ନୂତନ ସ୍ଥାନରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ । ମନ୍ଦିର ପ୍ରକଳ୍ପକୁ ସଫଳ କରିବା ପାଇଁ ଯାହାବି ସହାୟକ ଦରକାର ପ୍ରତିନିଧି ଦଳ ସମସ୍ତ ସହାୟତା ପ୍ରଦାନ କରିଥିଲେ । ତେବେ ଏହି ମନ୍ଦିର ଓଡ଼ିଶାର ସଂସ୍କୃତି ସହିତ ପ୍ରବାସୀ ଓଡିଆଙ୍କୁ ସଂଯୋଗ କରିବାରେ ସହାୟକ ହେବ ବୋଲି ଆଶା ଓ ବିଶ୍ୱାସ ରହିଛି । ଓଡ଼ିଶାର ସଂସ୍କୃତିକୁ ବିଦେଶରେ ମଧ୍ୟ ଏପରି ଉଚ୍ଚକୋଟୀର ମନ ମିଳୁଛି ଯାହାକି ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ l
ଆମେରିକାର ସିଲିକନ ଭ୍ୟାଲି ରେ ହେବ ବିଶାଳ ଜଗନ୍ନାଥ ମନ୍ଦିର

