Site icon UTKAL PRATIDIN

ଆଦିତ୍ୟ ଏଲ-୧ ପାଇଁ ଆଉ ମାତ୍ର ୫ ଦିନର ଅପେକ୍ଷା

WhatsApp Image 2023-08-27 at 12.26.01

ଚନ୍ଦ୍ରଯାନ-୩ର ସଫଳତା ସାରା ବିଶ୍ୱରେ ଭାରତକୁ ଏକ ନୂଆ ପରିଚୟ ଦେଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପରେ ଏବେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ନଜର ସୌର ମିସନ ଉପରେ। ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ସେପ୍ଟେମ୍ବର ୨ ତାରିଖ ଦିନ ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ନିମନ୍ତେ ଇସ୍ରୋର ବୈଜ୍ଞାନିକମାନେ ଲାଗି ପଡିଛନ୍ତି। ଆଦିତ୍ୟ ଏଲ-୧ ମହାକାଶ ଯାନ ଦ୍ୱାରା ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

ଏଲ-୧ ଅର୍ଥାତ ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ ପୃଥିବୀ ଠାରୁ ପାଖାପାଖି ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି। ତେବେ ଏହି ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପର୍ଯ୍ୟବେକ୍ଷଣ ନିମନ୍ତେ ଭାରତର ପ୍ରଥମ ସ୍ପେସ୍ ମିସନ ହେବ। ଏଲ-୧ ମିସନର ଉଦ୍ଦେଶ୍ୟ ହେବ ଏଲ-ୱାନ କକ୍ଷ ପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା । ଏହି ମାହାକାଶ ଯାନ ୭ଟି ପେଲୋଡ ନେଇ ଯିବ। ଯାହା ଅଲଗା ଅଲଗା ୱେବ୍ ବ୍ୟାଣ୍ଡରେ ଫଟୋ ସ୍ପେୟର(ପ୍ରକାଶ ମଣ୍ଡଳ),କ୍ରୋମୋ ସ୍ପେୟର (ଦେଖାଯାଉଥିବା ସୂର୍ଯ୍ୟଙ୍କ ପୃଷ୍ଠର ଠିକ୍ ଉପର ଭାଗ) ଓ ସୂର୍ଯ୍ୟଙ୍କ ସବୁଠୁ ବାହାର ଅଂଶ (କରୋନା) ପର୍ଯ୍ୟବେକ୍ଷଣ କରିବ। ଇସ୍ରୋର ଜନୈକ ଅଧିକାରୀ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ମିସନ ବୋଲି କହିଛନ୍ତି। ଯେଉଁଥିରେ ଜାତୀୟ ଏଜେନ୍ସୀମାନଙ୍କର ଭାଗିଦାରୀ ରହିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ) ଏହାର ଭିଜିବଲ ଏମିସନ ଲାଇନ୍ କରୋନା ଗ୍ରାଫ ପେ ଲୋଡ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେହିପରି ପୁନେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ମିସନ ନିମନ୍ତେ ସୋଲାର ଅଲ୍ଟ୍ରା ଭାଓଲେଟ୍ ଇମେଜର ପେ ଲୋଡ ତିଆରି କରିଛନ୍ତି l ଏହି ଆଦିୟ ଏଲ-୧ କୁ ଦୁଇ ସପ୍ତାହ ପୂର୍ବରୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋ ସ୍ପେସ୍ ସେଣ୍ଟରକୁ ଅଣାଯାଇଛି। ଇସ୍ରୋର ଜନୈକ ଅଧିକାରୀ କହିଛନ୍ତି ଯେ ଲଞ୍ଚ ସେପ୍ଟେମ୍ବର ୨ ତାରିଖରେ ହେବାର ଅନେକ ସମ୍ଭାବନା ରହିଛି। ସ୍ପେସ୍ କ୍ରାଫ୍ଟକୁ ସୂର୍ଯ୍ୟ ଓ ପୃଥିବୀର ଲଙ୍ଗରେଞ୍ଜ ବିନ୍ଦୁର ଏଲ-୧ ଅର୍ବିଟ୍‌ ନିକଟରେ ସ୍ଥାପନା କରିବାର ଯୋଜନା ରହିଛି । ଏହା ଦ୍ୱାରା ରିଏଲ ଟାଇମରେ ସୋଲାର ଆକ୍ଟିଭିଟିଜ ଓ ସ୍ପେସ୍ ୱେଦର ଉପରେ ଏହାର ପ୍ରଭାବର ସନ୍ଧାନ କରାଯାଇ ପାରିବ।

Exit mobile version