ବୃଦ୍ଧି ପାଇବାରେ ଲାଗିଛି ଭାରତରେ ଆତଙ୍କବାଦୀ ମାନଙ୍କ ପ୍ରବେଶ , ଏହାକୁ ରୋକିବା ପାଇଁ ଭାରତୀୟ ସେନାପକ୍ଷରୁ ପ୍ରସ୍ତୁତ କରାଯାଇଛି ରଣନୀତି । ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳକୁ ପ୍ରବେଶ କରିଥିବା ସୂଚନା ମିଳିଛି ।ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଭାରତୀୟ ସେନା ପକ୍ଷରୁ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି।ତେବେ ସୂଚନା ମୁତାବକ ଭାରତୀୟ ସେନା ପୂର୍ବରୁ ହିଁ ପାକିସ୍ତାନର ଛାୟା ଯୁଦ୍ଧର ଜବାବ ଦେବାରୁ ଅତିରିକ୍ତ ୩୫୦୦ରୁ ୪୦୦୦ ଯବାନଙ୍କୁ ଉପତ୍ୟକାକୁ ପଠାଇଥିଲା।ଆତଙ୍କବାଦୀଙ୍କୁ ଧରିବା ସହିତ ସେମାନଙ୍କର ଅସ୍ତ୍ରଶସ୍ତ୍ରକୁ ଧ୍ୱଂସ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି ଭାରତୀୟ ସେନା । ଭାରତର ସ୍ଥିତିକୁ ସୁଦୃଢ କରିବା ସହିତ ଆତଙ୍କବାଦୀ ମୁକ୍ତ କରିବା ପାଇଁ ଜମ୍ମୁରେ ରାଷ୍ଟ୍ରୀୟ ରାଇଫଲର ରୋମିଓ ଓ ଡେଲ୍ଟା ଫୋସଆଙ୍କ ସହ ଇନ୍ଫାଣ୍ଟ୍ରୀ ଡିଜୟନ ମଧ୍ୟ ଉପତ୍ୟକାରେ ମୁତୟନ କରାଯାଇଛି ।