ପୁଣି ଜମ୍ମୁରେ ଆତଙ୍କୀ ଆକ୍ରମଣ ।ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ | ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏଥର ସତର୍କ ଥିଲା ଭାରତୀୟ ସେନା ।ତେବେ ଆତଙ୍କବାଦୀଙ୍କ ଏହି ବଡ ଆକ୍ରମଣକୁ ବିଫଳ କରିଛି ଭାରତୀୟ ସେନା | ହ୍ବାଇଟ ନାଇଟ୍ କର୍ପସର କହିବା ଅନୁଯାଇ ରାଜୋରୀର ଅଞ୍ଚଳରେ ଚାଲିଥିଲାଏକ ବଡ ଧରଣର ସର୍ଚ୍ଚ ଅପରେସନ । ସୂଚନା ମୁତାବକ, ଭୋର ୩ଟା ବେଳେ ଆତଙ୍କବାଦୀମାନେ ଆଜି ରାଜୋରୀର ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡର ପାଲଟା ଜବାବ ଦେଇଥିଲେ ଭାରତୀୟ ସେନା ଏବଂ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଗତ କିଛି ମାସ ହେବ ଜମୁ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ କାଠୁଆରେ ଆର୍ମି ଗାଡି ଉପରକୁ ଆକ୍ରମଣ ପରେ ଡୋଡା ଏବଂ ଉଧମପୁରରେ ଏନକାଉଣ୍ଟର ଦେଖିବାକୁ ମିଳିଥିଲା। ଏଥର ଆତଙ୍କବାଦୀଙ୍କ ଆକ୍ରମଣର କଡା ଜବାବ ଦେବାକୁ ଅଣ୍ଟା ଭିଡିଛି ଭାରତୀୟ ସେନା।
ଆତଙ୍କୀଙ୍କୁ କଡା ଜବାବ ଦେଲେ ଭାରତୀୟ ସେନା
