ବଲିଉଡ ବାଦଶାହା ଶାହାରୁଖ ଖାନ ଏବେ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଜଓ୍ବାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ପ୍ରଶଂସକ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଦର୍ଶକ କେତେ ଉତ୍ସାହିତ ତାହା ଫିଲ୍ମର ଆଡଭାନ୍ସ ବୁକିଂରୁ ହିଁ ସ୍ପଷ୍ଟ ଅନୁମାନ ହେଉଛି । ଶାହରୁଖ ନିଜ ଫିଲ୍ମ ପଠାନର ରେକର୍ଡ଼କୁ ଭାଙ୍ଗିଛନ୍ତି l ଗତକାଲି ଅର୍ଥାତ ଶନିବାରରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ସଂଖ୍ୟା ହିଁ ହଇଚଇ ସୃଷ୍ଟି କଟିଛି l ପ୍ରାୟ ୨୪ ଘଣ୍ଟା ମଧ୍ୟରେ ଫିଲ୍ମ ୩୦୫ ହଜାର ଟିକେଟ ବିକ୍ରି ସହ ୧୦ କୋଟିର ଗ୍ରସ କଲେକଶନ ପାର କରି ସାରିଛି ।
ଏବେ ଏହାର ଦ୍ୱିତୀୟ ଦିନର କଲେକ୍ସନ ମଧ୍ୟ ସାମ୍ନାକୁ ଆସିଛି । ତରଣ ଆଦର୍ଶଙ୍କ ଟୁଇଟ ଅନୁଯାୟୀ, ରବିବାର ଦ୍ୱିପ୍ରହର ପର୍ଯ୍ୟନ୍ତ ପ୍ରାୟ ୨୦,୩୩୦୦ ଟିକେଟ ସେଲ ହୋଇସାରିଛି । ଅନ୍ୟପକ୍ଷରେ, ସାକନିଲକଙ୍କ ଅନୁଯାୟୀ, ଫିଲ୍ମର ଏ ପର୍ଯ୍ୟନ୍ତ ଆୟ ୧୩.୧୭କୋଟି ଟଙ୍କା ବୋଲି କୁହାଯାଉଛି । ତେଣୁ ସେଠାରେ ୪.୨୬ ଲକ୍ଷ ଟିକେଟ ବିକ୍ରି ହୋଇଛ। ତେବେ ସୂଚନା ଅନୁସାରେ ଶାହାରୁଖଙ୍କ ଫିଲ୍ମ ହିନ୍ଦୀ (୨ଡି) ବେଲ୍ଟରେ ୧୨.୧୭କୋଟିରୁ ଅଧିକ ଆୟ କରିଛି । ରିଲିଜ ପୂର୍ବରୁ ମଧ୍ୟ ‘ଜୱାନ’ ଅନେକ ବଡ ରେକର୍ଡ ଭାଙ୍ଗିଛି।
ଏହି ଆକଳନଗୁଡିକ ଦେଖି ଅନୁମାନ କରାଯାଇପାରେ ଯେ ଶାହରୁଖଙ୍କ ଅନ୍ୟ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସୁପର ହିଟ ହେବାକୁ ଯାଉଛି । ଆଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ୭ରେ ସିନେମା ହଲକୁ ଆସିବ। ତାମିଲ ଏବଂ ତେଲୁଗୁ ଭାଷା ସହିତ