Site icon UTKAL PRATIDIN

ଆଜି ହିରୋସିମା ଦିବସ

photo_6231289203765918039_y

ଆଜି ହିରୋସିମା ଦିବସ ପ୍ରତିବର୍ଷ ଅଗଷ୍ଟ ୬କୁ ‘ହିରୋସିମା ଦିବସ’ ଭାବରେ ପାଳନ କରାଯାଏ। ଶାନ୍ତିର ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱ ଆଜି ଦିନରେ ହିରୋସିମା ଦିବସ ପାଳନ କରେ। ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ l ଜାପାନ ସହରରେ ବୋମା ବିସ୍ଫୋରଣର ଏହା ହେଉଛି ୭୭ତମ ବାର୍ଷିକୀ ହିରୋସିମା ଦିବସ। ଜାପାନ ହେଉଛି ସେହି ସହର ଯିଏ ପରମାଣୁ ବୋମା ଆକ୍ରମଣର ପ୍ରଥମ ଶିକାର ହୋଇଥିଲା। ଏହି ଅବସରରେ ରାଜନୀତିରେ ଶାନ୍ତି ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସଂଗୀତ ଓ ନୃତ୍ୟ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ୧୯୪୫ ମସିହାରେ ଆମେରିକା ଜାପାନର ହିରୋସିମା ସହର ଉପରେ ପରମାଣୁ ବୋମା ପକାଇଥିଲା। ଏହି ପରମାଣୁ ବୋମା ହିରୋସିମାର ୩୯ ପ୍ରତିଶତ ନାଗରିକଙ୍କୁ ହତ୍ୟା କରିଥିଲା। ଅଗଷ୍ଟ ୬ରେ ପକାଯାଇଥିବା ପରମାଣୁ ବୋମାକୁ ଆମେରିକା “ଦି ଲିଟିଲ୍ ବୟ” ନାଁ ରଖିଥିଲା। ଏହି ବିସ୍ଫୋରଣରେ ପ୍ରାୟ ୯୦ ହଜାରରୁ ୧୪୦ ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଯେତେବେଳେ ବୋମା ପକାଯାଇଥିଲା ସେତେବେଳେ ଚାରିଆଡ ଆଲୋକିତ ହେବା ସହ ଜାପାନ ଆକାଶ ମେଘାଚ୍ଛନ ହୋଇଯାଇଥିଲା ଏବଂ ପ୍ରାୟ ୬୦ ହଜାର କୋଠା ଭୁଶୁଡି ପଡିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଆମେରିକା ବିପକ୍ଷରେ ଥିଲା। ଯୁଦ୍ଧରେ ଆମେରିକା ଏବଂ ଏହାର ସହଯୋଗୀମାନେ ବିଜୟ ଲାଭ କରିଥିଲେ ଏବଂ ଯୁଦ୍ଧ ସମୟରେ ହଜାର ହଜାର ସୈନିକଙ୍କର ମୃତ୍ୟୁ ହୋଇଥିଲା। ଏହି ବୋମା ବିସ୍ଫୋରଣରୁ ପରମାଣୁ ବିକିରଣ ହୋଇଥାଏ ଏବଂ ଏହା ଲୋକଙ୍କ ମଧ୍ୟରେ ଭୟଙ୍କର ରୋଗ ସୃଷ୍ଟି କରିଥାଏ। ପ୍ରତିବର୍ଷ ସେହି ନିର୍ଦ୍ଦିଷ୍ଟ ଦିନର ମହତ୍ତ୍ୱ ଜାଣିବା ଏବଂ ସଚେତନତା ସୃଷ୍ଟି କରିବା ନେଇ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ହିରୋସିମା ଦିବସ ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏପର୍ଯ୍ୟନ୍ତ ଏହାର ଥିମ୍ ଘୋଷଣା ହୋଇନାହିଁ। ହିରୋସିମା ଦିବସରେ ଲୋକମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିବା ବିସ୍ଫୋରଣ ଉପରେ ଧ୍ୟାନ ଦେବା ପାଇଁ ହିରୋସିମା ଶାନ୍ତି ସ୍ମାରକ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଅନେକ ଦେଶ ପାଇଁ ଏହା ଯୁଦ୍ଧ ବିରୋଧୀ ଏବଂ ପରମାଣୁ ବିରୋଧୀ ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ହୋଇଥିବାରୁ ହିରୋସିମା ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Exit mobile version