
ଭୁବନେଶ୍ୱର: ଗୁରୁବାର + ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ । ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି ।
ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସରିବ। ବଳକା ସିଟ୍ ପାଇଁ ଦ୍ୱିତାୟୀ ପର୍ଯ୍ୟାୟ ନାମଲେଖା କରାଯିବ। ଏନେଇ ୧୯ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୧୯ ହଜାର ୨୨୯ ଜଣ ନାମ ଲେଖାଇଛନ୍ତି । ଏଥିରୁ କଳାରେ ମୋଟ୍ ସିଟ୍ ୨ଲକ୍ଷ ୮୯ହଜାର ୩୩୮ ରହିଥିବା ବେଳେ ୨ଲକ୍ଷ ୨ହଜାର ୪୩୭ ସିଟ୍ରେ ନାମଲେଖା ସରିଛି । ଆହୁରି ୮୬ ହଜାର ୯୦୧ ସିଟ୍ ବଳକା ରହିଛି । ସେହିପରି ବିଜ୍ଞାନରେ ମୋଟ୍ ୧ଲକ୍ଷ ୫୫ହଜାର ୨୫୯ ସିଟ୍ ରହିଥିବା ବେଳେ ୮୮ହଜାର ୧୯୨ ସିଟ୍ରେ ନାମଲେଖା ସରିଛି ।
ଆହୁରି ୬୭ହଜାର ୦୬୭ ସିଟ୍ ବଳକା ରହିଛି । ବାଣିଜ୍ୟରେ ରାଜ୍ୟରେ ମୋଟ୍ ୩୯ହଜାର ୨୧୬ ସିଟ୍ ରହିଛି । ଏଥିରୁ ୧୯ ହଜାର ୫୧୫ ସିଟ୍ରେ ନାମଲେଖା ଶେଷ ହୋଇଥିବା ବେଳେ ଆହୁରି ୧୯ହଜାର ୭୦୧ ସିଟ୍ ରହିଛି । ସେହିପରି ସଂସ୍କୃତରେ ମୋଟ୍ ୧୨ହଜାର ୬୦୮ ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅଧା ସିଟ୍ ପୂରଣ ହୋଇପାରିନି । ମୋଟ୍ ୫୩୪୨ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ଆହୁରି ୭୨୬୬ସିଟ୍ ନାମଲେଖା ପାଇଁ ରହିଛି । ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୪୯୨ ସିଟ୍ ରହିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୩ହଜାର ୭୪୩ ସିଟ୍ରେ ନାମଲେଖା ସରିଛି । ଆହୁରି ୬୭୪୯ ସିଟ୍ ବଳକା ପଡ଼ିଛି । ବଳକା ସିଟ ଗୁଡ଼ିକ ଭର୍ତି ନିମନ୍ତେ ୧୯ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ୍ ବାହାରିବା ପରେ ୨୦ ତାରିଖରୁ ୨୨ ତାରିଖ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା କରାଯିବ। ପ୍ରଥମ ପର୍ଯ୍ୟାୟର ନାମଲେଖା ସହିତ ୮ ତାରିଖରୁ ୧୪ ତାରିଖ ଯାଏଁ ଅନଲାଇନ ସ୍ଲାଇଡ୍ ଅପ୍ ପାଇଁ ମଧ୍ୟ ଆବେଦନ କରିପାରିବେ ଛାତ୍ରଛାତ୍ରୀମାନେ।