ବିଜୟ ଲକ୍ଷ୍ୟ ନେଇ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦିନିକିଆ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ପରାଜିତ ହୋଇନଥିବାରୁ ଆଜି ମଧ୍ୟ ରୋହିତ ଶର୍ମାଙ୍କ ଦଳ ଏହି ବିଜୟ ଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି l ଯଦିଓ ୱେଷ୍ଟଇଣ୍ଡିଜ୍ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ୱକପ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହୋଇପାରିବ ବୋଲି କୁହାଯାଇଛି । ୨୦୦୬ ରେ ଭାରତ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଥିଲା ୱେଷ୍ଟଇଣ୍ଡିଜ୍ । ତା’ପରଠୁ ଭାରତ, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୧୨ ଟି ଦିନିକିଆ ସିରିଜ୍ ଜିତି ଆସିଛି । ଏଥରର ସିରିଜ ଜିତି ଲଗାତାର ୧୩ଟି ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆଜି ମଇଦାନକୁ ଓଲ୍ହାଇବା । ଏହି ଦିନିକିଆ ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ଆହୁରି ମଧ୍ୟ ୫ଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ । ଏହା ପୂର୍ବରୁ ଭାରତ ୧-୦ ରେ ଟେଷ୍ଟ ସିରିଜ ରେ ମଧ୍ୟ ବିଜୟଲାଭ କରିଛି । ବିଶ୍ୱକପକୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ, କାଇଲ୍ ମାୟର୍ସ, କେସି କାର୍ଟି, ଶାଇ ହୋପ୍ , ଶିମରନ ହେଟମାୟର, ରୋଭମାନ ପାୱେଲ, ରୋମାରିଓ ଶେଖର, କେଭିନ ସିନ୍କ୍ଲେୟାର, ଅଲଜାରି ଜୋସେଫ, ଓଶାନ ଥୋମାସ, ଜୟଡେନ ସିଲ୍ସ / ୟାନିକ କାରିଆ ଙ୍କ ଭଳି ଖେଳାଳିମାନେ ଖେଳିବାର ସମ୍ଭାବନା ରହିଛି l ସେହିପରି ଭାରତରୁ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ / ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଉମରନ ମଲିକ, ମହମ୍ମଦ ସିରାଜ, ଜୟଦେବ ଉନାଦକତ / ମୁକେଶ କୁମାର ଙ୍କ ଭଳି ଖେଳାଳିମାନେ ଏଗାର ଜଣିଆ ଟିମରେ ରହି ଖେଳିବେ ବୋଲି ଆଶା କରାଯାଉଛି l