
ଆଜି ବିଶ୍ୱ ମାନବତାବାଦୀ ଦିବସ ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘର ସାଧାରଣ ସଭା ସମଗ୍ର ବିଶ୍ୱର ଅଂଶୀଦାରମାନଙ୍କୁ ଏକାଠି କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ଦିବସକୁ ପାଳନ କରିଥାଏ । ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା । ପ୍ରତ୍ୟୋକ ବର୍ଷ କିଛି ଏକ ଥିମ କୁ ନେଇ ଏହି ଦିବସ ପାଳନ କରାଯାଏ l ତେବେ ଚଳିତ ବର୍ଷର ‘ବିଶ୍ୱ ମାନବତାବାଦୀ ଦିବସ’ର ଥିମ୍ ହେଉଛି, “କିଛି କଥା ନାହିଁ” (no matter what ) । ମିଳିତ ଜାତିସଂଘ ବିଶ୍ୱାସ କରେ ଯେ ମାନବତାବାଦୀ ଏକ ସାଧାରଣ ଲକ୍ଷ୍ୟରେ ବନ୍ଧା ଯାହାକି ଜୀବନକୁ ବଞ୍ଚାଇବା ଏବଂ ଏହାର ରକ୍ଷା କରିବା। ୧୯ ଅଗଷ୍ଟରେ ୨୦୦୩ରେ ଇରାକର ବାଗଦାଦର କେନାଲ ହୋଟେଲ ଉପରେ ହୋଇଥିବା ବୋମା ଆକ୍ରମଣରେ ୨୨ ମାନବୀୟ ସହାୟତା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜାତିସଂଘର ମହସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ସର୍ଜିଓ ଭିଏରା ଦି ମେଲୋ ମଧ୍ୟ ଥିଲେ। ପାଞ୍ଚ ବର୍ଷ ପରେ ମିଳିତ ଜାତିସଂଘର ସାଧାରଣ ସଭା ୧୯ ଅଗଷ୍ଟକୁ ‘ବିଶ୍ୱ ମାନବତାବାଦୀ ଦିବସ’ ଭାବରେ ଘୋଷଣା କଲା । ମିଳିତ ଜାତିସଂଘ କାର୍ଯ୍ୟାଳୟ ଦ୍ୱାରା ମାନବୀୟ ସମ୍ବଳର ସମନ୍ୱୟ ସହଯୋଗରେ ଏହି ଦିନ ପାଳନ କରାଯାଏ। ସମଗ୍ର ବିଶ୍ୱରେ, ଲୋକେ ମାନବୀୟ ଉଦ୍ଦେଶ୍ୟ ପାଇଁ କାମ କରିବାକୁ ସର୍ବଦା ନିଜ ଜୀବନକୁ ବିପଦରେ ପକାନ୍ତି। ତେବେ ସେମାନଙ୍କ ଚେଷ୍ଟା ସଂପୂର୍ଣ୍ଣ ନିଃସ୍ୱାର୍ଥପରତା ଦ୍ୱାରା ପ୍ରେରିତ। ସେମାନେ ଆବଶ୍ୟକ କରୁଥିବା ଲୋକଙ୍କୁ ଶ୍ରମ ଯୋଗାଇଦେବାକୁ କିମ୍ବା ସାମାଜିକ ହିଂସା ଘଟୁଥିବା ସ୍ଥାନରେ ସଂଘର୍ଷ କରିବାକୁ ଦ୍ୱିଧା କରନ୍ତି ନାହିଁ । ‘ବିଶ୍ୱ ମାନବତାବାଦୀ ଦିବସ’ ସେମାନଙ୍କୁ ଏବଂ ସେମାନଙ୍କର ନିଃସ୍ୱାର୍ଥପର ଅବଦାନକୁ ସମ୍ମାନ କରେ । ଏହା ସ୍ୱୀକାର କରିବାକୁ ହେବ ଯେ, ପ୍ରତ୍ୟେକ ବର୍ଷ ଏହି ନିଃସ୍ୱାର୍ଥପର ସେବାରେ ବାଧା ସୃଷ୍ଟି ହେଉଛି। ବଢୁଥିବା ଭୌଗୋଳିକ ତିକ୍ତତା ଏବଂ ଆନ୍ତର୍ଜାତୀୟ ମାନବୀୟ ନିୟମକୁ ଖୋଲା ଅବମାନନା ସହିତ, ଆକ୍ରମଣ ଏବଂ ଅପପ୍ରଚାରର ପ୍ରୟାସ ଏହି କାର୍ଯ୍ୟକୁ ପୂର୍ବ ଅପେକ୍ଷା ଅଧିକ କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ କରିଦେଇଛି। ତେବେ ଏ ବିଷୟରେ ସମସ୍ତଙ୍କୁ ସଚେତନ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ l