Site icon UTKAL PRATIDIN

ଆଜି ଠାରୁ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ୍ ଆରମ୍ଭ

photo1689152599

ଆଜି ଆରମ୍ଭ ହେବା ଭାରତ ଓ ୱେଷ୍ଟ ଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚଟି ଆଇ ସି ସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ର ଏକ ଅଂଶ। ୨ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ର ପ୍ରଥମ ମ୍ୟାଚ ଆଜି ହିଁ ଖେଳାଯିବ। ଡୋମିନିକା ର ୱିଣ୍ଡୋର ପାର୍କ ରେ ୧୨ ତାରିଖରୁ ୧୬ ତାରିଖ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍। ଏହି ମ୍ୟାଚ୍ ରେ ଅନେକ ନୂଆ ଖେଳାଳିଙ୍କୁ ସାମିଲ୍ କରିବାର ନିଷ୍ପତି ନିଆଯାଇଛି। ୨୧ବର୍ଷୀୟ ଯଶସ୍ୱୀ ଜୟସ୍ଵଲ୍ ପ୍ରଥମ ଥର ପାଇଁ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳରେ ଟେଷ୍ଟ ମ୍ୟାଚ୍ ଖେଳିବେ ।

ସେ ଗତ ଆଇ.ପି.ଏଲ୍ ରେ ନିଜର ଦକ୍ଷତା କୁ ସାବ୍ୟସ୍ତ କରିବା ପରେ ବର୍ତ୍ତମାନ ତାଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇଛି। ଏହି ଦକ୍ଷ ବ୍ୟାଟ୍ସମ୍ୟାନ୍ ଜଣକ ଓପନର ଭାବେ ନିଜର ଏହି ଟେଷ୍ଟ ଦେବ୍ୟୁ ଆରମ୍ଭ କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଭାରତ ୱେଷ୍ଟ ଇଣ୍ଡିଜ୍ କୁ ପରାସ୍ତ କରି କିପରି ବିଜୟଲଭ କରିବା ସେ ନେଇ ଅଣ୍ଟା ଭିଡ଼ିଛି।

Exit mobile version