ଧୀରେ ଧୀରେ ପୃଥିବୀଠୁ ଦୂରଉଛି ଚନ୍ଦ୍ର ୨୩ ଅଗଷ୍ଟ ଅର୍ଥାତ ଆଜି ଚନ୍ଦ୍ରରେ ପାଦ ଦେବ ଭାରତ । ଏନେଇ ସମସ୍ତେ ଖୁବ ଉତ୍ସାହିତ । ଚନ୍ଦ୍ରପୃଷ୍ଠର ଦକ୍ଷୀଣ ମେରୁରେ ଚନ୍ଦ୍ରଯାନ-୩ ପାଦ ଥାପିବ । ତେଣୁ ଏବେ ଆମ ସମସ୍ତଙ୍କ ଧାରଣା ଏହି କି ଯେ ଲୋକେ ଚନ୍ଦ୍ରର ଆହୁରି ନିକଟତର ହେଉଛନ୍ତି । କିନ୍ତୁ ସତକଥା ହେଲା ଚନ୍ଦ୍ର ଏବେ ପୃଥିବୀଠୁ ଦୂରେଇ ଦୂରେଇ ଯାଉଛି । ଚନ୍ଦ୍ର ପୃଥିବୀଠୁ ଦୂରେଇ ଯିବା ଘଟଣା କାହିଁ କେତେ ବର୍ଷ ପୂର୍ବରୁ ଚାଲି ଆସିଛି । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ଚନ୍ଦ୍ର ପ୍ରତି ବର୍ଷ ପୃଥିବୀଠୁ ୩.୮ସେମି ଦୂରକୁ ଯାଉଛି । ଏହାର କାରଣ ହେଉଛି ମହାକାଶରେ ଗ୍ରହର ଭାରୀପଣ । ପ୍ରତି ଗ୍ରହର ନିଜର ଓଜନ ରହିଛି । ସମସ୍ତ ଗ୍ରହ ପରସ୍ପରକୁ ଆକର୍ଷିତ କରୁଛନ୍ତି । ଏହି କାରଣରୁ ଚନ୍ଦ୍ର ପୃଥିବୀଠୁ ଦୂରେଇ ଯାଉଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଆକର୍ଷିତ କାରଣରୁ ପୃଥିବୀରୁ ଡାଇନୋସର୍ ପ୍ରଜାତି ଲୋପ ପାଇଛନ୍ତି । ବର୍ତ୍ତମାନ ଚନ୍ଦ୍ରଠାରୁ ଆମେ ୩ ଲକ୍ଷ ୮୪ ହଜାର ୪ଶହ କିମି ଦୂରରେ ଅଛୁ । ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରାୟ ୨୪୫ କୋଟି ବର୍ଷ ପୂର୍ବରୁ ଚନ୍ଦ୍ର ଆମଠୁ ୩ ଲକ୍ଷ ୨୧ ହଜାର ୮୬୯ କିମି ଦୂରରେ ଥିଲା । ଏବେ ଏହି ଦୂରତା ୬୨ ହଜାର ୫୩୧ କିମି ବୃଦ୍ଧି ହୋଇଛି । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ୨୪୫ ନିୟୁତ ବର୍ଷ ପୂର୍ବରୁ ଚନ୍ଦ୍ର ଯେତେବେଳେ ପୃଥିବୀର ନିକଟରେ ଥିଲା ସେତେବେଳେ ଗୋଟିଏ ଦିନ ୧୬. ୯ ଘଣ୍ଟାର ଥିଲା । ସମୟ ବିତିବା ପରେ ଏହା ଏବେ ୨୪ ଘଣ୍ଟାରେ ପହଞ୍ଚିଛି ।
ଆଜି ଚନ୍ଦ୍ରରେ ପାଦ ଦେବ ଭାରତ ।

