ଭାରତ ପାଇଁ ଆଜି ଏକ ଗୌରବର ଦିନ। ଆଜି ୨୪ ତମ କାରଗିଲ ବିଜୟ ଦିବସ। ୧୯୯୯ ମସିହା ଜୁଲାଇ ୨୬ ତାରିଖଟି ଭାରତୀୟମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ସେଦିନ ସବୁଠି ଶୁଭୁଥିଲା ” ଭାରତ ମାତା କି ଜୟ ” ର ଧ୍ଵନୀ। ଏହି ଦିନ ପାକ୍ ଅଧୀକୃତ କଶ୍ମୀରକୁ ନିଜ ଅକ୍ତିଆରକୁ ଆଣିଥିଲା ଭାରତ । ଆମ ସେନାବାହିନୀର ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ପାକିସ୍ତାନକୁ ଶେଷରେ ହର ମାନିବାକୁ ପଡିଥିଲା । ହେଲେ ଏହି ଯୁଦ୍ଧରେ ୫୨୭ ଭାରତୀୟ ଯବାନ ରାଷ୍ଟ୍ରର ସୁରକ୍ଷା ପାଇଁ ସହିଦ ହୋଇଥିଲେ। ସେମାନଙ୍କର ଏହି ବଳିଦାନ ଯୋଗୁଁ ଆମେ ଆଜି ଗୌରବର ସହ ଏହି ବିଜୟର ଦିବସ ପାଳନ କରୁଛେ l ସହିଦ ହୋଇଥିବା ଏହି ଭାରତୀୟଙ୍କ ମଧ୍ୟରୁ ଓଡ଼ିଶାର ୧୩ ଜଣ ବୀର ଯବାନ ମଧ୍ୟ ସାମିଲ ଥିଲେ। କାରଗିଲ ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନମାନେ ହେଲେ ମେଜର ପଦ୍ମପାଣି ଆଚାର୍ଯ୍ୟ, ଡ୍ରାଇଭର ଗୋପିନାଥ ମହାରଣା, ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚିଦାନନ୍ଦ ମଲ୍ଲିକ, ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସର୍ଜଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗ୍ନାଲ ମ୍ୟାନ ରାଜନ ସାହୁ, ଗଙ୍ଗାରାମ ଦାସ, ବୁଧୁ ରାମ, ନିରଞ୍ଜନ। ମେ ମାସରୁ ଆରମ୍ଭ ହୋଇ ଜୁଲାଇ ମାସ ଯାଏଁ ଚାଲିଥିଲା କାରଗିଲର ଏହି ଯୁଦ୍ଧ l ପୁରା ୭୩ ଦିନ ଆମ ଯବାନ ମାନେ ବିରତ୍ୱର ସହିତ ଲଢ଼ିବା ପରେ ବିଜୟର ପତାକା ଉଡ଼ାଇଥିଲା ଭାରତ । ୧୮୦୦ ଫୁଟ ପାହାଡ଼ ଚଢ଼ି ମାତୃଭୂମିକୁ ମୁକ୍ତ କରିଥିଲେ ଭାରତୀୟ ବୀର ଯବାନମାନେ । ସୂଚନା ମୁତାବକ ଯୁଦ୍ଧରେ ମୋଟ୍ ୫୨୭ ନିହତ ଯବାନମାନଙ୍କ ମଧ୍ୟରେ ୨୦ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ। ପ୍ରାୟ ୧୭୦୦ ରୁ ଅଧିକ ଆହତ ହୋଇଥିଲେ ଏହି ଯୁଦ୍ଧରେ । ଆଜି ସାରା ଦେଶ ଏହି ଦିନଟିକୁ ସେହି ବୀର ଯବାନ ମାନଙ୍କ ଉଦେଶ୍ୟରେ ସମର୍ପିତ କରିଛି l ପୁରା ଭାରତ ଆଜି ମାନେ ପକାଉଛି ବିଜୟର ସେଇ ଗୌରବ ଉତ୍ସବକୁ l
ଆଜି କାରଗିଲ ବିଜୟ ଦିବସ
