Site icon UTKAL PRATIDIN

ଆଜି ଅଲଗା ହେବ ଲ୍ୟାଣ୍ଡର ବିକ୍ରମ

photo_6264776681520739591_x

ଆଜି ମୁନ ମିଶନର ଆଉ ଏକ ପରୀକ୍ଷା l ଆଜି ଅଲଗା ହେବ ଚନ୍ଦ୍ରଯାନ-3 ଲ୍ୟାଣ୍ତର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ରୋଭର ପ୍ରଜ୍ଞା ସହ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ । ଏହା ପରେ ଚନ୍ଦ୍ର କକ୍ଷରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଏନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରମା ଛୁଇଁବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରିବା ପରେ ତାହା ଭିତରେ ଥିବା ରୋଭର ପ୍ରଜ୍ଞା ବାହାରକୁ ଆସିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଏହାର ଯାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପ୍ରସ୍ତୁତି ଚଳାଇଛି । ତେବେ କହୁଯାଉଛି ଯେ, ଏଥର ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂରେ କୌଣସି ସମସ୍ୟା ହେବନାହିଁ । ଏହା ପୂର୍ବରୁ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା । ଏହି ବିଫଳତା ପରେ ଚଳିତ ବର୍ଷ ଜୁଲାଇ ୧୪ରେ ଚନ୍ଦ୍ର ଅଭିମୁଖେ ଉତକ୍ଷେପଣ କରାଯାଇଥିବା ‘ଚନ୍ଦ୍ରଯାନ-୩’ ଅଗଷ୍ଟ ୫ ତାରିଖ ଦିନ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ପରେ ପରେ ଅର୍ଥାତ ଅଗଷ୍ଟ ୬, ୯ ଓ ୧୪ରେ ଏହା ଚନ୍ଦ୍ର ପୃଷ୍ଠ ଆଡ଼କୁ ଯିବା ଲାଗି ଆଉ ୪ଟି କକ୍ଷ ପଥରେ ପ୍ରବେଶ କରିଥିଲା । ଏବେ ଏହା ନିଜର ଅନ୍ତିମ ଯାତ୍ରା କରୁଛି l ଯାହାକି ଅଗଷ୍ଟ ୨୩ ତାରିଖରେ ଶେଷ ହେବ l

Exit mobile version