
ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ କରିବେ । ୨୨ ରୁ ୨୪ ଅଗଷ୍ଟ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମାତାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ।
୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତଥା ଆଜି ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ କରିବେ । ବ୍ରିକ୍ସ (BRICS) ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ଏକ ସଂଗଠନ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ସମ୍ମିଳନୀ ଦ୍ୱାରା ଆରମ୍ଭ ହୋଇଥିବା ପଦକ୍ଷେପଗୁଡିକର ଅଗ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତର କାର୍ଯ୍ୟକଳାପ ଚିହ୍ନଟ କରିବାକୁ ଏକ ସୁଯୋଗ ମିଳିବ ।
ବ୍ରିକ୍ସ ସମ୍ମିଳନୀ ପରେ ଆୟୋଜିତ ବ୍ରିକ୍ସ – ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ସଂଳାପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ l ଦକ୍ଷିଣ ଆଫ୍ରିକା ଦ୍ୱାରା ଆମନ୍ତ୍ରିତ ଅନ୍ୟ ଦେଶଗୁଡିକ ମଧ୍ୟ ଏଥିରେ ସାମିଲ ହେବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୋହାନ୍ସବର୍ଗରେ ଉପସ୍ଥିତ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ ।
ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋଟାକିସଙ୍କ ନିମନ୍ତ୍ରଣ କ୍ରମେ ୨୫ ତାରିଖରେ ଗ୍ରୀସ୍ ଗସ୍ତ କରିବେ । ୪୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଗ୍ରୀସକୁ ଏହା ପ୍ରଥମ ଗସ୍ତ ହେବ। ସମ୍ପର୍କକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରିବାକୁ ମୋଦୀ ଶ୍ରୀ ମିତସୋଟାକିସଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଏବଂ ଗ୍ରୀସ୍ ଉଭୟ ସଭ୍ୟତାର ଦେଶ । ସାମୁଦ୍ରିକ ପରିବହନ, ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ସହଯୋଗରେ ଗତ କିଛି ବର୍ଷ ମଧ୍ୟରେ ମଜବୁତ ହୋଇଛି । ତେବେ ଏହି ସବୁ ଦିଗକୁ ଆହୁରି ସୁଦୃଢ କରିବା ପାଇଁ ଦୁଇ ଦେଶ ମଧ୍ୟରେଅଧିକ ଆଲୋଚନା କରାଯିବ l10:41 AM