Site icon UTKAL PRATIDIN

ଆଗାମୀ ବର୍ଷେ ଯାଏଁ ଧାର୍ମିକ ଶୋଭାଯାତ୍ରା ବନ୍ଦ

23-07-21_15-32-51-872


 
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଗାମୀ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ । ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ସମ୍ବଲପୁର ଏସପି ମୁକେଶ ଭାମୁ ଏନେଇ ସୂଚନା ଦେଇଛନ୍ତି । ମହରମ, ହନୁମାନ ଜୟନ୍ତୀ ପରି ଶୋଭାଯାତ୍ରାକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଛି ବୋଲି ଏସପି କହିଛନ୍ତି । ବର୍ଷେ ପର୍ଯ୍ୟନ୍ତ ସମ୍ବଲପୁରରେ କୌଣସି ଧାର୍ମିକ ଅନୁଷ୍ଠାନ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଶୋଭାଯାତ୍ରା କରିପାରିବେ ନାହିଁ କାରଣ ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅନୁମତି ମିଳିପାରିବ ନାହିଁ । ବିଭିନ୍ନ ଥାନାର ଆଇଆଇସିମାନେ ସ୍ଥାନୀୟ ଅଞ୍ଚଳରେ ପର୍ବପର୍ବାଣୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି । ତେବେ, ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ହେଲେ ସମସ୍ତ ପର୍ବ ପର୍ବାଣୀ ପରମ୍ପରା ନୀତି ଅନୁଯାୟୀ ପାଳନ କରିବାରେ କୌଣସି ଅସୁବିଧା ନାହିଁ । କେବଳ ଲୋକମାନଙ୍କ ସୁରକ୍ଷା ନିମନ୍ତେ ସାମୁହିକ ଶୋଭାଯାତ୍ରାକୁ ବନ୍ଦ ରଖାଯାଇଛି ବୋଲି ଏସପି ସ୍ପଷ୍ଟ କରିଛନ୍ତି।

Exit mobile version