ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ଆଖି ପିଛୁଳାକେ ୭ ମହଲା କୋଠା ଧସି ମାଟିରେ ମିଶି ଯାଇଛି । କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି । ଧସି ପଡିଥିବା କୋଠା ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । କୋଠା ଭୁଶୁଡିବା ନେଇ ପୋଲିସ ସ୍ପଷ୍ଟ କରିଛି । ଏହା ସହ କୋଠା ଧସିବାର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି l ଗତ କିଛି ଦିନ ଧରି ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଛି l ଲଗାଣ ବର୍ଷା ସହିତ ପାହାଡ଼ିଆ ଅଞ୍ଚଳର ଅନେକ ସ୍ଥାନରେ ଭୁସ୍ଖଳନ ସ୍ଥିତି ମଧ୍ୟ ଉପୁଜିଛି । ୩ ଦିନ ଧରି କୁଲ୍ଲୁ ଅଞ୍ଚଳର ଅନିରେ ବି ଲଗାଣ ବର୍ଷା ହୋଇଥିଲା । ତେବେ ସେହି କାରଣରୁ ଏଠାକାର ବସଷ୍ଟାଣ୍ଡ ନିକଟରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅନେକ କୋଠା ଧସି ମାଟିରି ମିଶି ଯାଇଛି । ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ତେବେ ମାଟିତଳେ କେତେ ଲୋକ ପୋତି ହୋଇ ରହିଛନ୍ତି, କଣ କ୍ଷୟ କ୍ଷତି ହୋଇଛି ତାହା ଏବେ କିଛି ସ୍ପଷ୍ଟ ହୋଇନାହିଁ l ଉଦ୍ଧାର କାର୍ଯ୍ୟ ଜାରି ରହିଛି l