ଭୁବନେଶ୍ୱର: କାହିଁକି କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଲେନି ତାରା ପ୍ରସାଦ ବାହିନପତି | ଦଳର ଅବହେଳା ନା ନେତାଙ୍କ ଅଭିମାନ ? ତାଙ୍କ ପରି ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁପସ୍ଥିତିରେ ବିଧାୟକ ଦଳ ବୈଠକ କେମିତି କରାଗଲା ? ତାରା ବାହିନପତିଙ୍କ ସ୍ୱର ତ ରୂଷିଲା ରୂଷିଲା ପରି ଲାଗୁଛି ? ହେଲେ ସେ କହୁଛନ୍ତି ତାଙ୍କୁ ଡକା ଯାଇନି | ସେ ବୈଠକ ବିଷୟରେ ଜାଣି ନାହାନ୍ତି | ଯଦି ତାଙ୍କ କଥାକୁ ବିଶ୍ଵାସକୁ ନିଆଯାଏ ତେବେ ବି ସଙ୍ଘତିକ କଥା | କାରଣ ପୁଣି ପ୍ରଶ୍ନ ଆସିବ ଏହା ଦଳର ଅବହେଳା ନୁହେଁ ତ ? ତାରାଙ୍କୁ ଦୁରେଇ ରଖିବାକୁ ଚାଉଁଛି କି ଦଳ ?
ଆଜି ବଜେଟ ଅଧିବେଶନ ଆରମ୍ଭରୁ ବସିଥିଲା କଂଗ୍ରେସର ବିଧାୟକ ଦଳ ବୈଠକ | ବିଧାନ ସଭାର 54 ନମ୍ବର ଗୃହରେ ଚାଲିଥିଲା ବୈଠକ | ହେଲେ ଆସି ନ ଥିଲେ ଜୟପୁର ବିଧାୟକ ତାର ପ୍ରସାଦ ବାହିନପତି | ହେଲେ ବିଧାନସଭାକୁ ଆସିଥିଲେ |
ବିଧାନସଭା ପରିସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ବୈଠକ ବିଷୟରେ ତାଙ୍କୁ କେହି କିଛି କହି ନାହାନ୍ତି କି ଏ ନେଇ ତାଙ୍କ ପାଖକୁ କିଛି ଫୋନ କଲ ଆସିନି | ଆଉ କିଛି ପ୍ରଶ୍ନ ଆସିବା ଆଗରୁ ସେ ଚାଲି ଯାଇଥିଲେ | ନ କହିଲେ ବି ଅଭିମାନ ବାରି ହୋଇ ପଡୁଥିଲା | କେମିତି ବା ଅଭିମାନ କରିବେନି ? ଦଳର ବରିଷ୍ଠ ନେତା ଭାବେ ସେ ଆଶା କରିଥିଲେ ବିଧାୟ ଦଳ ନେତା ପଦ ପାଇଁ | ରେସର ଆଗରେ ବି ଥିଲେ | ପରୋକ୍ଷରେ ସୂଚନା ବି.ଦେଇଥିଲେ | ହେଲେ ଶେଷ ମୁହୂର୍ତ୍ତରେ ପଲଟିଗଲା ବାଜି | ଗତ କଲି ରାତିରେ ଦଳ ଘୋଷଣା କରିଥିଲା ବିଧାୟକ ଦଳ ନେତାଙ୍କ ନାଁ | ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡା ହେଲେ ବିଧାୟକ ଦଳ ନେତା | ଆଜି କାଡାମୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ |କୁହାଯାଉଛି ଏହାକୁ ନେଇ କୁଆଡେ ରାଗିଛନ୍ତି ତାରା | ଆଉ ସେଥିପାଇଁ ବୈଠକକୁ ଯାଇ ନ ଥିଲେ | ବରିଷ୍ଠତା ଥିବା ସତ୍ୱେ ତାଙ୍କୁ ଏହି ପାଦ ମିଳି ନ ଥିବାରୁ ସେ ରାଗିବ ସ୍ୱାଭାବିକ | ତେବେ ସେ କହିଛନ୍ତି, ଏନେଇ ତାଙ୍କୁ କେହି କିଛି କହି ନାହାନ୍ତି କି ଫୋନ ଆସିନି | ଏପରିକି ଆଜି ବୈଠକ ହେଉଥିବା ବି ସେ ଜାଣି ନାହାନ୍ତି ବୋଲି କହିଛନ୍ତି |
ଏଠି କହି ରଖିବୁ, ଗତକାଲି ଓଡିଶା ପିସିସିକୁ ଭାଙ୍ଗିଦିଆଯାଇଛି ଓ ସମସ୍ତ ପଦାଧିକାରୀ ସଦସ୍ୟଙ୍କୁ ହଟାଇ ଦିଆଯାଇଛି ,ତେବେ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡା ଓ ବିଧାୟକ ଦଳ ଉପନେତା ଭାବେ ଅଶୋକ ଦାସ ଏବଂ ମୁଖ୍ୟ ସଚେତକ ଭାବେ ସି ଏସ ରାଜ୍ୟଂ ଏକ୍କା ଙ୍କୁ ମନୋନୀତ କରାଯାଇଛି ।
ଅବହେଳା ନାଁ ଅଭିମାନ ? କାହିଁକି ବିଧାୟକ ଦଳ ବୈଠକକୁ ଆସିଲେନି ତାରା
